om academy

ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ହରଭଙ୍ଗା ଗ୍ରାମବାସୀ

jsm

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ଡୁଡୁକା ବ୍ଲକ ହରଭଙ୍ଗା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଚଳିତ ମାସ ପଞ୍ଚାୟତର ସବୁ ଗାଁକୁ ଚାଉଳ ବଣ୍ଟା ହୋଇସାରିଛି ହେଲେ ହରଭଙ୍ଗା ଗାଁକୁ ଏଯାଏଁ ପିଡିଏସ୍‌ ଚାଉଳ ମିଳିନାହିିଁ । ଗାଁରେ ଗରିବ ଶ୍ରେଣୀର ଲୋକ ହିଁ ଚାଉଳ ପାଇଥାନ୍ତି ହେଲେ ଚଳିତ ମାସର ଚାଉଳ ମିଳିନଥିବାରୁ ତାଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡିଛି । ସେଥିପାଇଁ ସେମାନେ ବିଡିଓଙ୍କୁ ଉକ୍ତ ସମସ୍ୟା ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଠିକ୍‌ ସମୟରେ ଚାଉଳ ନ ମିଳିଲେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ଧର୍ମଘଟ କରିବୁ ଏବଂ ଯଦି କିଛି ଅପ୍ରୀତିକର ପରିବେଶ ସୃଷ୍ଟି ହୁଏ ତା’ହେଲେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ତୀର୍ଥରାଜ୍ ପ୍ରଧାନ ଓ ଅନୁଭବ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.