ପାଟ୍ରୋଲିଂ ବେଳେ ଟ୍ରକ୍‌କୁ ପିଟିଲା ପିସିଆର ଭ୍ୟାନ୍, ୪ ପୋଲିସ କର୍ମୀ ଗୁରୁତର

ସମ୍ଵଲପୁର : ପାଟ୍ରୋଲିଂ ସମୟରେ ଟ୍ରକକୁ ପିଟିଲା ଅଇଁଠାପାଲି ପୋଲିସର ପିସିଆର ଭ୍ୟାନ୍ । ଏହି ଦୁର୍ଘଟଣାରେ ୪ ପୋଲିସ କର୍ମୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ଭୋର୍ ୫ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ବଲପୁର ଅଇଁଠାପାଲି ଥାନାର ପିସିଆର ଭ୍ୟାନ୍ ଏକ ଟ୍ରକ୍ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ।

Leave A Reply

Your email address will not be published.