om academy

ପାଇକମାଲ ବ୍ଲକ ଉନ୍ନୟନ କାର୍ଯ୍ୟରେ ୨୨ ପରସେଣ୍ଟ ପିସି କାରବାର ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ତଳେ ଭୁବନେଶ୍ବର ଠାରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ବ୍ଲକରେ ଚାଲିଥିବା ପିସି ବନ୍ଦ ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ଅଧିକାରୀ ମାନଙ୍କ ଉପରେ ପଡି ଥିବାର ଲକ୍ଷ୍ୟ କରାଯାଉନାହିଁ । ରାଜ୍ୟର ପ୍ରତ୍ୟେକ ବ୍ଲକରେ ଉନ୍ନୟନ କାର୍ୟ୍ୟରେ ବିଭିନ୍ନ ଅଧିକାରୀମାନଙ୍କ ପିସି ଖୋଲାଖୋଲି ଚାଲିଥିବା ଅଭିଯୋଗ ହୋଇଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଏବେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ସମସ୍ତ ଅଧିକାରୀଙ୍କ ଭାଗ ମିଶାଇ ୨୨ ପରସେଣ୍ଟ ପିସି କାଟୁଥିବା କୋଛଦାଦର ଗ୍ରାମ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ମନୋଜ ଅଦାବର ସ୍‌ସ୍ୱୀକାର କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପାଇକମାଲ ବ୍ଲକ କୋଛଦାଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ହୀରାପୁର ଗ୍ରାମର ସିଏଫସି ପାଣ୍ଠିରୁ ୨୦୨୦ – ୨୧ ବର୍ଷରେ ବିଦ୍ୟାଳୟ ରାସ୍ତା କଂକ୍ରିଟକରଣ ଓ ସ୍କୁଲ କୋଠରୀ ମରାମତି ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କାର କାର୍ୟ୍ୟ ଆଦେଶ ଗ୍ରାମ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ମନୋଜ ଅଦାବରଙ୍କ ନାମରେ କଟିଥିଲା । ଏହି କାର୍ୟ୍ୟ ପରିଚାଳନା ପାଇଁ ଇଓ ଶ୍ରୀ ଅଦାବର ହୀରାପୁର ଗ୍ରାମର ୨ ଜଣ ୱାର୍ଡମେମ୍ବର ବିଶମ୍ବର ପାତ୍ର ଓ ମଧୁସୂଦନ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ । କାର୍ୟ୍ୟ ସମାପ୍ତ ପରେ ୩ ଲକ୍ଷ ୫୦ ହଜାର ଟଙ୍କା ଇଓ ଶ୍ରୀ ଅଦାବରଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ୱାର୍ଡ ମେମ୍ବର ମାଧବ ପ୍ରଧାନଙ୍କ ଏକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ୱାର୍ଡମେମ୍ବର ଏହାର ଆପତ୍ତି ଉଠାଇ ପ୍ରତିବାଦ କରିବାରୁ ଇଓ ୭୭ ହଜାର ଟଙ୍କା ପିସି ବାବଦକୁ ଓ ୧୬ ହଜାର ଟଙ୍କା ରୟଲଟି ବାବଦକୁ କଟା ଯାଇଛି ବୋଲି କହିଥିଲେ । ୱାର୍ଡମେମ୍ବର ଦ୍ବୟ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଆମ ସାମ୍ବାଦିକ ଏ ବିଷୟରେ ଇଓଙ୍କୁ ଫୋନ୍‌ ଯୋଗେ ପଚାରିବାରୁ ୭୭ ହଜାର ଟଙ୍କା ପିସି ବାବଦକୁ କଟା ଯାଇଛି ବୋଲି ସ୍ବୀକାର କରିଥିଲେ । ସେ ମୋବାଇଲରେ ଉତ୍ତର ଦେଇଥିଲେ ଯେ, ୭୭ ହଜାର ଟଙ୍କାରେ ବ୍ଲକର ସବୁ ଅଧିକାରୀଙ୍କ ଭାଗ ଅଛି । ତେବେ ୩ ଲକ୍ଷ ୫୦ ହଜାର ଟଙ୍କାରେ ୭୭ ହଜାର ଟଙ୍କା ପିସି ଅଧିକାରୀ ମାନେ ଖାଇଲେ, ବ୍ଲକରେ ଉନ୍ନୟନ ମୂଳକ କାର୍ୟ୍ୟ କେମିତି ହେଉଥିବ ଏଥିରୁ ସହଜରେ ଅନୁମାନ କରିହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ପିସି ବନ୍ଦ ଘୋଷଣା ଏଠାରେ ପାଣିର ଗାର ପାଲଟିଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.