ଦୀଘା ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ : ଭାସିଯାଇ ପର୍ଯ୍ୟଟକ ନିଖୋଜ

ଭୋଗରାଇ : ଦୀଘା ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିବା ସୂଚନା । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନରେ ସମୁଦ୍ରର ଉଚ୍ଚ ଲହରୀ ଦେଖି ପର୍ଯ୍ୟଟକ ମାନେ ମଜା ନେଉଥିବା ବେଳେ କିଛି ପର୍ଯ୍ୟଟକ ଗାଧୋଇବା ପାଇଁ ସମୁଦ୍ରକୁ ଓହ୍ଲାଇଥିଲେ । ସମୁଦ୍ରର ଉଚ୍ଚ ଲହରୀରେ ଭାସି ଯାଇଥିଲେ ଜଣେ ଯୁବକ । ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ତାରକେଶ୍ୱର ଅଞ୍ଚଳର ସପନ ମଲ୍ଲିକ । ସେ ଏକ ଘରୋଇ ସଂସ୍ଥାର କର୍ମଚାରୀ । ଦୁଇ ଦିନ ପୂର୍ବରୁ ସେ ଦୀଘା ମୋହନା ଥାନା ଅନ୍ତର୍ଗତ ଉତ୍ତର ଖଦାଳ ଗୋବ୍ରାର ଠାରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ କୌଣସି ଏକ କାର୍ଯ୍ୟ ପାଇଁ ଆସିଥିଲେ । ତେବେ ସମୁଦ୍ରରେ ଏଭଳି ଘଟଣା ପରଠାରୁ, ଦୀଘା ମୋହନା ଉପକୂଳ ପୋଲିସ ଷ୍ଟେସନର ଉଦ୍ଧାରକାରୀ ଟିମ୍ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ଖୋଜାଖୋଜି କରୁଛନ୍ତି ।

jittmm
Leave A Reply

Your email address will not be published.