centurian jitm

ତୁରେକେଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପ୍ରୟାସ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପୂର୍ବ ନିର୍ଦ୍ଦାରିତ ସମୟ ପୂର୍ବରୁ ଅପ୍ରେଲ ମାସ ୨୩ ତାରିଖରୁ ଛୁଟି ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଓସେପା ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ଗୃହକାର୍ଯ୍ୟ କରିବା ପାଇଁ ପ୍ରଶ୍ନ ପତ୍ର ଦିଆଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରେ ଶ୍ରେଣୀୱ।ରୀ ହ୍ୱାଟସଆପ ଗ୍ରୁପ ତିଆରି କରି ତାରି ମାଧ୍ୟମରେ ପାଠପଢାକୁ ଗୁରୁତ୍ୱ ଦିଆଯାଇଛି । ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀ ମାନେ କିପରି ନିଜକୁ ପାଠ ପଢାରେ ନିୟୋଜିତ କରିଛନ୍ତି ତାକୁ ଦେଖିବା ପାଇଁ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ଘର ଘର ବୁଲି ତଦାରଖ କରିଥିଲେ । ତଦାରଖ ସମୟରେ ଛାତ୍ରଛାତ୍ରୀମାନଙ୍କ ଖାତାରେ କରିଥିବା ଗୃହକାର୍ଯ୍ୟ ସଂଶୋଧନ କରିବା ସହିତ ହ୍ୱାଟସଆପରେ କିପରି ପାଠ ବିଷୟରେ ଜାଣିବେ ଛାତ୍ରଛାତ୍ରୀ ତଥା ପିତାମାତାଙ୍କୁ ଜଣେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର, ମାଧବୀଲତା ସାହୁ, ସୁକାନ୍ତି ମାଝୀ, ଡାଳିମ୍ବ ମେହେର, କୁନି ସାହୁ, ଦେବ ବଗର୍ତ୍ତି, ଡମ୍ବରୁ ମେହେର, ରଜନୀ ମେହେର, ରବୀନ୍ଦ୍ର ରଥ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶିକ୍ଷକ ମାନଙ୍କ ଏଭଳି ନିଆରା ପ୍ରୟାସ ପାଇଁ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.