ଶିଶୁ ପତ୍ରିକା ମଠଖାଇ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ପତ୍ରିକା “ମଠଖାଇ” ର ଉନ୍ମୋଚନ ପ୍ରଧାନ ଶିକ୍ଷକ କେଦାରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା, ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ର ଓ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଗୀତାଞ୍ଜଳି କୁଅଁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁାନଙ୍କର ସୃଜନଶୀଳତାର ବିକାଶ ଠିକ୍‌ ଭାବେ ହୋଇ ପାରିଲେ ଆମେ ଉପଯୁକ୍ତ ଶିଶୁ ସଂହିତା ସୃଷ୍ଟି କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ମଠଖାଇ ସଂପାଦକ ମଦନ ମୋହନ ରଥ ମଠଖାଇ ପ୍ରକାଶନର ଉଦ୍ଦେଶ୍ୟ ଜ୍ଞାପନ କରି ସହଯୋଗ କାମନା କରିଥିଲେ । ସଭା ଆରମ୍ଭରେ କୃଷ୍ଣଚନ୍ଦ୍ର ମିଶ୍ର ସ୍ୱାଗତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସଭାକୁ ପରିଚାଳନା କରିଥିଲେ ଅନୀଲ କୁମାର ସାହୁ । ଉଲ୍ଲେଖଯୋଗ୍ୟ ଯେ, ଏହି ପତ୍ରିକାରେ କେବଳ ଶିଶୁମାନଙ୍କର ଲେଖା ପ୍ରକାଶ ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଷରର ସଂପାଦକ ହୃଷୀକେଶ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏବଂ ଖୁସି ତାଣ୍ଡି ଓ ଯଶୋବନ୍ତୀ ସୁନାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠରେ ଚୁମକି ପଟେଲ, ପୂଜା ପାତ୍ର, ପ୍ରିୟଙ୍କା ପଲତା, ନମିତା ହାତୀ, ଆଲିଶା ତାଣ୍ଡି, ମନିଷା ବାଗ, ଶିଖା ଛତ୍ରିଆ, ଧିରେନ୍ଦ୍ର ନାରାୟଣ ସିଂହ ଦେଓ, ଅଜିତ ମିଶ୍ର, ପ୍ରଦୀପ ନାୟକ ଓ ତରୁଣ ପରିଚ୍ଛା ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନୀଳାଞ୍ଚଳ କୁଅଁର, ରାଜିନ୍ଦ୍ର କୁଅଁର ଓ ହରେରାମ ବାରିକ ସହଯୋଗ କରିଥିଲେ । ଶେଷରେ ଲଲାଟ କେଶରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.