ଫଡ଼ି ଟଙ୍କା ଖାଇଗଲେ ଫରେଷ୍ଟର : ପତ୍ରଫଡ଼ି ମରାମତି ନାଁରେ ମହା ଦୁର୍ନୀତି

  • ଶ୍ରମିକ ସାଜିଲେ ଭେଣ୍ଡର
  • ତଦନ୍ତ କରିବ ତ ପ୍ରଶାସନ

ସଇଁତଲା, (ଖୁସିରାଣୀ ସାହୁ) : ସବୁଜ ହୀରାରେ ମହା ଦୁର୍ନୀତି । ପ୍ରତ୍ୟେକ ବର୍ଷ କେନ୍ଦୁପତ୍ର ବିଭାଗରୁ କୋଟି ଟଙ୍କା ରାଜସ୍ୱ ପାଇଥାନ୍ତି ସରକାର । ବଡ଼ ବଡ଼ିଆଙ୍କ ଛତ୍ର ଛାୟାରେ ଥିବା ଫରେଷ୍ଟର ବାବୁ ଓ ମ୍ୟାଡ଼ମମାନଙ୍କ କଳାକାରନାମା କହିଲେ ନ ସରେ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼, ଗଣ୍ଡପତ୍ରାପାଲି, ପେଣ୍ଡରାମାଲ ଏବଂ ଜାମଖୁଣ୍ଟା କେନ୍ଦୁପତ୍ର ଡ଼ିଭିଜନରେ ପତ୍ରଫଡ଼ି ମରାମତି ନାଁରେ ଲକ୍ଷ ଲକ୍ଷ ଖାଇଗଲେ ଫରେଷ୍ଟର ମେଡ଼ମ ପୁଷ୍ପାଞ୍ଜଳି ବେହେରା । ୨୦୨୪ରେ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜିଆ ପଧାନଙ୍କ ନାଁରେ ଫରେଷ୍ଟର ମ୍ୟାଡମ ପୁଷ୍ପାଞ୍ଜଳି ବେହେରା ଉଠାଇଛନ୍ତି ୨୯ ହଜାର ୮ ଶହ ୫୩ ଟଙ୍କା । ସଇଁତଲା ବ୍ଲକ ପେଣ୍ଡାରାମାଲ ଗାଁର ଗଞ୍ଜିଆ ପଧାନ ଜାମଖୁଣ୍ଟା ଫଡ଼ିଘର ମରାମତି ପାଇଁ ସାତଟି ଆଇଟମ ସପ୍ଲାଏ କରିଥିବା ଦର୍ଶାଇଛନ୍ତି କାଗଜପତ୍ରରେ ହେଲେ ଗଞ୍ଜିଆଙ୍କ ପରିଚୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଦିନ ମଞ୍ଜୁରିଆ ଭାବେ କାମ କରୁଥିବା ବ୍ୟକ୍ତିଙ୍କ ନାଁରେ କିଭଳି ଏତେ ଟଙ୍କା ଉଠାଗଲା ତାହାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଗଞ୍ଜିଆ କିଛି ଦିନ କାମ କରିବା ପରେ ଦିନ ମଞ୍ଜୁରିଆ ଭାବେ କାମ କରିଥିବା ଟଙ୍କା ମିଳିଛି । ଏତେ ଟଙ୍କା ପାଇନ ଥିବା ଶହ ଫରେଷ୍ଟର ମ୍ୟାଡମ ଦସ୍ତଖତ ଦିଅନ୍ତୁ ବୋଲି କହିବାରୁ ମୁଁ ଦେଇଛି ବୋଲି କହିଁଛନ୍ତି । ଗୋଟିଏ କି ଦୁଇଟି ଏଭଳି ଘଟଣା ନୁହଁ ଅନେକ କେନ୍ଦୁପତ୍ର ଫଡ଼ିରୁ ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ଯାହାର ଗୁମର ଖୋଲି ଦେଇଛି ଆର୍‌ଟିଆଇ ତଥ୍ୟ । ସୂଚନା ଅଧିକାର କର୍ମୀ ସୁରେଶ ନନ୍ଦ ଆର୍‌ଟିଆଇ ତଥ୍ୟ ବଳରେ ଅସଲ କଥା ସାମ୍ନାକୁ ଆଣିଛନ୍ତି । ଗୋଟିଏ ବ୍ୟକ୍ତିଙ୍କ ଠାରୁ ଏଭଳି ଜାଲ ଦସ୍ତଖତ ଦେଇ ଟଙ୍କା ଉଠାଯାଇ ନାହିଁ ଅନେକ ବ୍ୟକ୍ତିଙ୍କ ଜାଲ ଦସ୍ତଖତ ନେଇ ଟଙ୍କା ଉଠାଯାଇ ଥିବା ଜଣାପଡିଛି । ୨୦୨୪ରେ ଟିଟିଲାଗଡ କେନ୍ଦୁପତ୍ର ଅଧିନସ୍ଥ ୩୬୧ଟି ଫଡି ଘର ମରାମତି କରିବା ପାଇଁ ୧ କୋଟି ୯ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ହସ୍ତଗତ ହୋଇଛି । ଫଡ଼ି ଘର ମରାମତି ପାଇଁ କାମ କରୁଥିବା ଶ୍ରମିକ ମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ କରାଯାଇଥିବା ସହ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଟିଟିଲାଗଡ ଡିଭିଜନରୁ ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି । ଫରେଷ୍ଟର ପୁଷ୍ପାଞ୍ଜଳି ବେହେରା ଘଟଣା ସମ୍ପର୍କରେ ମୁହଁ ଖୋଲୁନ ଥିବା ବେଳେ ଆହୁରି ସନ୍ଦେହ ଦେଖା ଦେଇଛି । ଏଭଳି ଅନେକ ପତ୍ର ଫଡ଼ିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଏଭଳି ପାଣି ବୋହିଲା ଭଳି ଟଙ୍କାକୁ ହଡ଼ପ କରାଯାଇ ଥିବା ଆଲୋଚନା ହେଉଛି । ଏନେଇ ଟିଟିଲାଗଡ଼ କେନ୍ଦୁ ପତ୍ର ବିଭାଗୀୟ ଅଧିକାରୀ ରଶ୍ମି ଜୀଙ୍କୁ ପଚାରିବାରୁ ଅଭିଯୋଗ ଆସିଲା ପରେ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ର୍କ୍ୟାାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

jittmm
Leave A Reply

Your email address will not be published.