centurian jitm

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲ : ଓକିଲଙ୍କ ଆର୍ଗୁମେଣ୍ଟରେ ଜବାବ ରଖିଲେ ଅଭିଯୁକ୍ତଙ୍କ ଓକିଲ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଓକିଲ ଭାବେ ନିଯୁକ୍ତ ଥିବା ପୂର୍ବତନ କ୍ରାଇମବ୍ରାଞ୍ଚର ଓକିଲ ଚିତ୍ତରଞ୍ଜନ କାନୁନଗୋ କହିବା ଅନୁସାରେ ଶୁକ୍ରବାର କୋର୍ଟରେ ଆର୍ଗୁମେଣ୍ଟର ପ୍ରଥମ ଦିନ ଥିଲା । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଥିବା ଦସ୍ତାବିଜ ପ୍ରମାଣ ଉପରେ ଆର୍ଗୁମେଣ୍ଟ କରାଯାଇଥିଲା । ଆସନ୍ତା ୧୩ ତାରିଖ ପୁଣି ଆର୍ଗୁମେଣ୍ଟ ହେବ ବୋଲି ମଧ୍ୟ କହିଛନ୍ତି । ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁସାରେ ଏହା ଏକ ସମ୍ବେଦନଶୀଳ ମାମଲା । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୁଦ୍ଧରେ ଯାହା କିଛି ପ୍ରମାଣ ଅଛି ତାହା ଭିତ୍ତିହୀନ ବୋଲି କହିଥିଲେ ।

Leave A Reply

Your email address will not be published.