ଛତ୍ରପୁର ରାଜାଘର ଜଗନ୍ନାଥ ମନ୍ଦିର ପକ୍ଷରୁ “ପତିତପାବନ”ର ଦ୍ଵାଦଶତମ ସଂକଳନ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ପ୍ରକାଶିତ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା “ପତିତପାବନ”ର ଦ୍ଵାଦଶତମ ସଂକଳନ ଆନୁଷ୍ଠାନିକ ଭାବେ ମନ୍ଦିରବେଢ଼ା ନାଟ୍ୟମଣ୍ଡପରେ ଉନ୍ମୋଚିତ ହୋଇଛି । ପବିତ୍ର ରଥଯାତ୍ରା ଅବସରରେ ପ୍ରକାଶିତ ଏହି ସଂଖ୍ୟା ଉନ୍ମୋଚନ ଅବସରରେ ସର୍ବଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ବଟକୃଷ୍ଣ ତ୍ରିପାଠୀ, ସୁଧୀର କାନ୍ତ ରଥ,
ଅସିତ କୁମାର ପଟ୍ଟନାୟକ ପ୍ରମୁଖ ସମ୍ପାଦନା ମଣ୍ଡଳୀରେ ଅଛନ୍ତି । ମୁଖ୍ୟ ସମ୍ପାଦକ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ରାମଚନ୍ଦ୍ର ପଟ୍ଟନାୟକ, ବରେଣ୍ୟ କବି ପ୍ରଶାନ୍ତ ଶତପଥୀ ପ୍ରମୁଖ ଏହି ଉନ୍ମୋଚନ ସାମାରୋହରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.