oom

୨୦୨୪-୨୫ ଶିକ୍ଷା ବର୍ଷରୁ ସିଏନ୍‌ସିରେ ଆରମ୍ଭ ହେବ ବିଜ୍ଞାନ ପାଠ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪-୨୫ ଶିକ୍ଷା ବର୍ଷରୁ ସିଏନ୍‌ସିରେ ଆରମ୍ଭ ହେବ ବିଜ୍ଞାନ ପାଠ୍ୟକ୍ରମ । ଏ ସଂକ୍ରାନ୍ତରେ ସିଏନ୍‌ସି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶିକ୍ଷା ଜଗତରେ ବାଣିଜ୍ୟ ପାଠ୍ୟକ୍ରମକୁ ନେଇ ସିଏନ୍‌ସି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଶିକ୍ଷାଦାନରେ କଠିନ ପ୍ରତିବଦ୍ଧତା ଯୋଗୁଁ ସିଏନ୍‌ସିର ଛାତ୍ରଛାତ୍ରୀଙ୍କ ଫଳାଫଳ ଉତ୍ତମରୁ ଅତି ଉତ୍ତମ ରହି ଆସିଛି ।ସମର୍ପିତ ଦାୟିତ୍ୱବୋଧ ହେତୁ ବିଗତ ୧୫ ବର୍ଷ ଧରି ନିଜର ଶିକ୍ଷା ପ୍ରଦାନ ଯାତ୍ରାକୁ ସଫଳ କରି ପାରିଛି ସିଏନ୍‌ସି । ଏବେ ବିଜ୍ଞାନ ପାଠ୍ୟକ୍ରମରେ ମଧ୍ୟ କିଭଳି ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିପାରିବେ, ସେହି ଦିଗକୁ ଦୃଷ୍ଟି ଦେଇଛି ସିଏନ୍‌ସି । ଅତ୍ୟାଧୁନିକ ଶିକ୍ଷାଦାନ ପଦ୍ଧତିକୁ ବିଶ୍ୱାସ କରୁଥିବା ଶିକ୍ଷାନୁଷ୍ଠାନ ସିଏନ୍‌ସି ସବୁବେଳେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଗବେଷଣାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଗାମୀ ସମୟରେ ବିଜ୍ଞାନ ପାଠ୍ୟକ୍ରମରେ ମଧ୍ୟ ଯୋଗଦାନ କରି ଛାତ୍ରଛାତ୍ରୀମାନେ କିଭଳି ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିପାରିବେ, ସେଥିପାଇଁ ଏବେ ଅଂଟା ଭିଡ଼ିଛି ସିଏନ୍‌ସି । ବାଣିଜ୍ୟ ଶିକ୍ଷାଦାନରେ ଯେଭଳି ସିଏନ୍‌ସି ନିଜକୁ ଶୀର୍ଷ ସ୍ଥାନରେ ପହଂଚାଇ ପାରିଛି, ବିଜ୍ଞାନ ପାଠ୍ୟକ୍ରମରେ ମଧ୍ୟ ସେଭଳି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଆପ୍ରାଣ ଚେଷ୍ଟା ରହିଥିବା ସିଏନ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସିଏନ୍‌ସିର ନୂତନ ପଦକ୍ଷେପକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ସହଯୋଗ କରିବା ନିମନ୍ତେ ସିଏନ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.