ଲିଙ୍ଗରାଜ ଆଇନ ମହା ବିଦ୍ୟାଳୟରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ପ୍ରଚଳନ ଚାଲୁ କରିବା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟିର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକମାତ୍ର ନିର୍ଭରଶୀଳ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ପ୍ରଚଳନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ହୋଇଛି । ଆନୁଷ୍ଠାନିକ ଭାବେ ଗତକାଲି ବ୍ରହ୍ମପୁରର ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଏକ ପ୍ରତିନିଧି ଦଳ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ଶିକ୍ଷା ବର୍ଷ ୨୦୨୩- ୨୪ରେ ପିଜି କାଉନସିଲ ଅଧକ୍ଷଙ୍କ ଦ୍ୱାରା ବନ୍ଦ କରିବା ଫଳରେ ଉଚ୍ଚ ସ୍ନାତକ ବିଭାଗରେ ଛାତ୍ରଛାତ୍ରୀ ପଢ଼ିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏହାର ପ୍ରତିବାଦ କରି ବ୍ରହ୍ମପୁରର ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଏକ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହାର ସମାଧାନ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଛନ୍ତି । ଏହି ପ୍ରତିବାଦରେ ଜିଲ୍ଲା ସଭାପତି ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପସଭାପତି ସୁଧୀର ପ୍ରଧାନ, ଆଇନ ପରାମର୍ଶଦାତା କୈଳାଶ ସେଠୀ, ଜିଲ୍ଲା ଯୁବ ସଭାପତି ପି. ନୀଳକଣ୍ଠ ରେଡ୍ଡୀ, ମହାନଗର ସଭାପତି ସି. ହରପ୍ରସାଦ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଆଇନ ଛାତ୍ର ଦିନେଶ୍ ରାଜ ପ୍ରମୁଖ ସକ୍ରୀୟ ଭୂମିକା ଗ୍ରହଣ କରିଥିଲ ।

Leave A Reply

Your email address will not be published.