ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ପାଠ୍ୟଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ଏକ ପାଠ୍ୟଚକ୍ର ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାଠ୍ୟଚକ୍ରର ବିଷୟ ଥିଲା ‘ଭାରତୀୟ ଅର୍ଥନୀତି’ ବିଭାଗୀୟ ମୁଖ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରି କୋଭିଡ ପେନ୍‌ଡେମିକର ଭାରତୀୟ ଅର୍ଥନୀତି ଉପରେ ପ୍ରତିକୁଳ ପ୍ରଭାବ ଉପରେ ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ଆମର ଏଭିଏସନ୍‌, ହୋଟେଲ ବ୍ୟବସାୟ, ଖୁଚୁରା ବେପାରୀ, ରିଭସି ମାଇଗ୍ରେସନ, ମାସ ବେକାରୀ ଏବଂ ଦାରିଦ୍ର୍ୟତା କିପରି ଅର୍ଥନୀତିର ମେରୁଦଣ୍ଡକୁ ଚୁରମାର କରେ ତା’ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ,ଅଧ୍ୟାପକ ତାପସ ସାହୁ ଦାରିଦ୍ର୍ୟ ଉତ୍କଟ ପ୍ରଭାବ ଉପରେ ମତ ପ୍ରଦାନ କରିଥିଲେ । ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ପଞ୍ଚମ ସେମିଷ୍ଟାର ରାଜେଶ ହୋତା, ଅବିନାଶ ପ୍ରଧାନ, ବିଜୟଦେବ ପ୍ରଧାନ, ଛାତ୍ରୀମାନଙ୍କ ମଧ୍ୟରେ ସ୍ୱପ୍ନା ପ୍ରଧାନ, ବବଲି ପାରେଖ, ଦୈତି ଗୁରୁ, ସେବତି ନାଗ, ରୋଜ ରିତିକା ସାହୁ, ଲଲିତା ନେଗୀ, ସ୍ନେହଲତା ବେହେରା, ତୃତୀୟ ସେମିଷ୍ଟାରରୁ ଗିରିବାଳା ପ୍ରଧାନ, ସୁପ୍ରିୟା ପ୍ରଧାନ, ରିଜାରାନି ସାହୁ, ତନୁଜ କିସାନ, ନମିତା ବଢେଇ, ମନିଷା ଖମାରୀ, ସରୋଜ ରଣା, ଲିଜା, ସୃତିରାନି ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.