om academy

ଚଳିତ ଶିକ୍ଷାବର୍ଷରୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଲା

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଙ୍କଳଏଛି । ଏଥିରେ ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ସହସଂଯୋଜକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ପାଠ୍ୟକେନ୍ଦ୍ରର ସହକାରୀ ଭାବେ ସୁବାସ ଚନ୍ଦ୍ର ଡାକୁଆ ନିଯୁକ୍ତି ପାଇଛନ୍ତି । ଏଠାରେ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଅଧିସ୍ନାତକ ଶ୍ରେଣୀ ଖୋଲିବା ସହ ଓଡ଼ିଆ ଇତିହାସ, ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ ସ୍ନାତକ ସମ୍ମାନ ଶ୍ରେଣୀ ଖୋଲିଛି । ଇ- କମର୍ସ ଇନ୍ସୁରାନ୍ସ ପ୍ରାକୃତିକ ଦୁର୍ବିପାକର ମୁକାବିଲା, ଇଂରାଜୀରୁ ଓଡ଼ିଆ ଅନୁବାଦ, ବ୍ୟାଙ୍କିଙ୍ଗ୍ ଜନଜାତି ଅଧ୍ୟୟନ ଗ୍ରାମ୍ୟ ଉନ୍ନୟନ ଆଦି ପ୍ରସଙ୍ଗ ରେ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ମଧ୍ୟ ଖୋଲିଛି । ସ୍ଵଳ୍ପ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଏଭଳି ସୁବିଧା ସୁଯୋଗ ହାତଛଡ଼ା ନ କରିବାକୁ ସମସ୍ତ ଆଗ୍ରହୀଙ୍କୁ ଅନୁରୋଧ କରାଯାଇଛି । ଅଧାରୁ ପାଠ ଛାଡିଥିବା ଏବଂ କୌଣସି କାରଣରୁ ନାମ ଲେଖାଇ ନିୟମିତ ପାଠପଢାରୁ ବଂଚିତ ଛାତ୍ରଛାତ୍ରୀ ଗୃହିଣୀ ସରକାରୀ ଓ ବେସରକାରୀ ଚାକିରିଜୀବୀ ଏହି ସୁଯୋଗ ୩୦ ସେପ୍ଟେମ୍ବର ମଧ୍ୟରେ ଅନଲାଇନରେ ରେଜିଷ୍ଟ୍ରେସନ ଓ ଆଡ଼ମିଶନ କରିବାକୁ ପାଠ୍ୟକ୍ରମ ସଂଯୋଜକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.