centurian jitm

ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାର ଧାରା ବିଭାଗର ନବମ-ଇ-ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍‌ଲାଇନ ମାଧ୍ୟମରେ ସ୍ଵାମୀ ବିବେକାନନ୍ଦଙ୍କ ଲୋକ ସଂସଦ ବିଚାର ଧାରା ବିଭାଗ ବଲାଙ୍ଗିରର ନବମ-ଇ-ପାଠଚକ୍ର ଗତକାଲି ସନ୍ଧ୍ୟା ୦୭ ଘଣ୍ଟା ସମୟରେ ସତ୍ୟବନ୍ତ ବେଦବାକ୍‌ଙ୍କ ସଭାପତତ୍ୱରେ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ତୁଳସୀ ଜୈନ ଯୋଗ ଦେଇ ପିଲାଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ସ୍ୱାମୀ ବିବେକାନନ୍ଦ ବିଦେଶରେ ଭାରତୀୟ ସଂସ୍କୃତି, ପରମ୍ପରା ବିଷୟ ଯାହା କହିଥିଲେ ସେ ବିଷୟର ଅବଗତ କରାଇଥିଲେ । କବିରାଜ ଭୋଇ ବିବେକବାଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଶିବାଶିଷ ମିଶ୍ର ସଂଯୋଜନା କରିଥିବା ବେଳେ ତୃପ୍ତିମୟୀ ଭୋଇ ମନ୍ତ୍ର ପାଠ କରିଥିଲେ ଏବଂ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମୋନାଲିସା ବେହେରାଙ୍କ ଦ୍ୱାରା ଧନ୍ୟବାଦ୍ ଅର୍ପଣ ସହ ଶାନ୍ତିପାଠ କରାଯାଇଥିଲା । ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟତଃ ୧୦୦ରୁ ଅଧିକ ଜ୍ଞାନୀ, ଗୁଣି, ବ୍ୟକ୍ତି ବିଶେଷ ତଥା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ସଭା କାର୍ଯ୍ୟ ସଫଳତାପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.