ହରିଶଙ୍କର ରେଞ୍ଜ ତରଫରୁ ହାତୀ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ହରିଶଙ୍କର ବନବିଭାଗ ରେଞ୍ଜ ତରଫରୁ ହାତୀ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ନିଯୁକ୍ତ ଗଜସାଥୀମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହାତୀ ଚଳପ୍ରଚଳ କରୁଥିବା ଗାଁକୁ ଯାଇ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ବୁଲିବା ସହ ପଥପ୍ରାନ୍ତ ସଭା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଲିପ୍‌ଲେଟ ବଣ୍ଟନ କରାଯାଇଥିଲା । ହାତୀକୁ ବିରକ୍ତ ନକରିବା, ହାତୀର ସୂଚନା ପାଇଲେ ବନବିଭାଗକୁ ଖବର ଦେବା, ହାତୀ ଦ୍ଵାରା କ୍ଷୟକ୍ଷତି ହେଲେ କ୍ଷତି ପୂରଣ ବ୍ୟବସ୍ଥା ଉପରେ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ କରିଥିବା ବେଳେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ, ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ବନରକ୍ଷୀ ସଞ୍ଜୀବ କୁମାର ପଧାନ, ଶରତ କୁମାର ନାଏକ, ରାଜେନ୍ଦ୍ର ଧରୁଆ, ଉମା ଭୁଆ, ମହେନ୍ଦ୍ର କାଲସାଏ, ଦୀପାଞ୍ଜଳି ସାହୁ, ମଞ୍ଜୁ କୁମ୍ଭାର, ଆମ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗଙ୍କ ସମେତ ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ଗଜସାଥୀମାନେ ଉପସ୍ଥିତ ଥିଲେ । ସଚେତନତା ଶୋଭାଯାତ୍ରା ହରିଶଙ୍କରଠାରୁ ଆରମ୍ଭ ହୋଇ ଭାନପୁର, ନାନ୍ଦୁପଲା, ତେଲେନପାଲି ଓ ରେଙ୍ଗାଲି ପଞ୍ଚାୟତର ହାତୀ ଚଳପ୍ରଚଳ କରୁଥିବା ଗାଁ ବୁଲିଥିଲା ।

Leave A Reply

Your email address will not be published.