ମହୀପୁର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ା ବ୍ୟାହତ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଏନ୍‌ଏସି ଅନ୍ତର୍ଗତ ମହୀପୁର ଆଶ୍ରମ ବିଦ୍ୟାଳୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟ ସଭାଗୃହରେ ରବିବାର ଦିନ ଶିକ୍ଷକ ଓ ଅଭିଭାବକମାନଙ୍କର ଏକ ସାଧାରଣ ବୈଠକ ହୋଇଯାଇଛି । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ନାଏକ ପ୍ରକାଶ କରିଥିଲେ । ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ ହେଉଥିବା ନେଇ ଅବିଭାବକମାନେ ଅଭିଯୋଗ କରିଥିଲେ । ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀରେ ୨୫୦ଜଣ ଛାତ୍ର, ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ପାଇଁ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି । ଏହି ଆଶ୍ରମ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଆସନ୍ତା ୫ଦିନ ମଧ୍ୟରେ ଯୋଗାଇ ଦିଆନଗଲେ ବିଦ୍ୟାଳୟ ସାମ୍ନାରେ ଆସନ୍ତା ୧୫ ତାରିଖରୁ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସଭାରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଟିକେଶ୍ୱର୍ ପଧାନ, ପରିଚାଳନା କମିଟିର ସଭାପତି ବିନୋଦ ଭୋଇ, ତୁଷୁରା ମୁନସିପାଲିଟି ୧ନଂ ୱାର୍ଡର କାଉନସିଲର ସର୍ବେଶ୍ଵରୀ ଭୋଇଙ୍କ ସହ ଅଭିଭାବକଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.