ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ୱାଳ, ଆଲୋଚକ ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆଲୋଚ୍ୟ ବିଷୟ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଜନ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ଓ ମୁଖ୍ୟ ଆଲୋଚକ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜଗନ୍ନାଥ ସଂସ୍କୃତି ଆମକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଛି । ଏହି ସଂସ୍କୃତିରେ ଥିବା ବିଭିନ୍ନ ଉତ୍ସବ ଆମ ଦୈନଦିନ ଜୀବନର ଅନେକ ଆବଶ୍ୟକତାକୁ ପୁରଣ କରିବା ସହ ସମାଜରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଜଗନ୍ନାଥ ସଂସ୍କୃତି ଆମ ଜୀବନ ପ୍ରଣାଳୀ ସହ ଓତଃପ୍ରୋତ ଭାବେ ଜଡ଼ିତ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ବିଜୟ କୁମାର ସାହୁ ଭାରତ ବନ୍ଦ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ବିଜୟିନୀ ଜେନା ଓ ଉର୍ବଶୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସଞ୍ଜୁକ୍ତା ଦାଶ, ବଳରାମ ଦାଶ, ସୁମିତା ସ୍ୱାଇଁ, ସୁଭାଷିନୀ ସାହୁ, ନୃସିଂହ ବିଶ୍ୱାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ମଞ୍ଜୁଳା କୁମାରୀ ରଥ, ବ୍ରଜେନ୍ଦ୍ର ଦାଶ, କିଶୋରୀ ମୋହନ କର, ବିଜୟିନୀ ଜେନା, ଉର୍ବଶୀ ଦାସ, ଗାୟତ୍ରୀ ସେଠି ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, କୌଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, କବିତା ଦାଶ, ସମ୍ରିଦ୍ଧି ମହାରଣା, ପ୍ରିୟା ପାତ୍ର, ଶରତ ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ଶର୍ମିଷ୍ଠା କବି ଶତପଥୀ, ବ୍ରଜେନ୍ଦ୍ର ଦାଶ, ଶୁକଦେବ ସାହୁ, ନିରୁପମା ଚାନ୍ଦ, ସ୍ୱର୍ଣ୍ଣଲତା ଘଡେଇ, ପୁତୁଲ ଡଗରା, ରବିନ୍ଦ୍ର ଠାକୁର, ପ୍ରବୀର କୁମାର ଦୁବେ, କମଳାକାନ୍ତ ମହାନ୍ତି, ସୁବାସ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.