ପଲ୍ଲୀ ଆଲୋକ ପାଠାଗାର ତରଫରୁ ପୋଷଣ ସପ୍ତାହ-୨୦୨୩ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଓ ଆଗଲପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଆନୁକୂଲ୍ୟରେ ଗୁଣ୍ଡୁରୁମୁଣ୍ଡା, ଗଣ୍ଡପାଲି ଏବଂ ପାଣ୍ଡେସରା ଗ୍ରାମରେ ପୋଷଣ ସପ୍ତାହ-୨୦୨୩ ପାଳିତ ହୋଇଯାଇଛି । ନିଜ ଅଂଚଳରେ ସହଜରେ ମିଳୁଥିବା ପୋଷଣଯୁକ୍ତ ଖାଦ୍ୟ, ସବୁଜ ପନିପରିବା, ଶସ୍ୟ, ବିଭିନ୍ନ ପ୍ରକାର ଶାଗ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବା ସହିତ ପୋଷଣର କେତେ ଆବଶ୍ୟକତା ରହିଛି ସେ ଉପରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି ଓ ପ୍ରଶାନ୍ତ କୁଅଁର ପରିଚାଳନା କରିଥିବା ବେଳେ ଅଙ୍ଗନୱାଡି କର୍ମୀ କଳ୍ପନା ସାହୁ, ରୀତାଞ୍ଜଳି ସାହୁ, ରାଜକୁମାରୀ ବାଗ, ଲଷ୍ମୀପ୍ରିୟା ଭୋଇ, ଗୋପେଶ୍ୱରୀ ପଧାନ, ଦଶମୀ ନାଗ, ନମିତା ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.