ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ପାଠଚକ୍ର ଶୀର୍ଷକ ‘ନଅଙ୍କ ଦୁର୍ଭିକ୍ଷ ଓ ଟିରେଭେନ୍ସାଙ୍କ ଭୂମିକା’ ଡଃ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବରେ ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଗଜରାଜ ପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ସମସ୍ତଙ୍କୁ ସ୍ଵାଗତ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡଃ. ସାହୁ ପାଠଚକ୍ରର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ବିଭାଗର ଛାତ୍ରଛାତ୍ରୀ ନିଜର ନିବନ୍ଧ ଉପସ୍ଥାପନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ବାଳଗୋପାଳ ମେହେର, ଅନନ୍ତ ମଲ୍ଲିକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ବାବୁଲ ପ୍ରଧାନ, ପୁରୁଷୋତ୍ତମ ସାହୁ, ଧରଣୀ ପ୍ରଧାନ, ଅକ୍ଷୟ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସଭା ଶେଷରେ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.