oom

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପାଠଚକ୍ର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏସି.ର ମିଳିତ ଆନୁକୂଲ୍ୟରେ ଏକ ପାଠଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର୍‌ ଡକ୍ଟର ସିଦ୍ଧାର୍ଥ ଶଙ୍କର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଅଟୋମିକ ନ୍ୟୁକ୍ଳାଇରୁ ନ୍ୟୁଟ୍ରନ୍‌ ତାରକା ପର୍ଯ୍ୟନ୍ତ’ ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଏ ସମ୍ପର୍କରେ ଥିବା ସନ୍ଦେହ ମୋଚନ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଦ୍ୟୁମ୍ନ ମଢେଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଆଇ. କ୍ୟୁ. ଏ. ସି କର୍ଡିନେଟର ଡକ୍ଟର ଲକ୍ଷ୍ମୀ ନାରାୟଣ ସାହୁ ଉଦ୍‌ବୋଧନ ଦେଇଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ସନ୍ତୋଷ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ଆରତୀ ଦୀକ୍ଷିତ ସଭା ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.