ଆଜିିଠାରୁ ସ୍କୁଲରେ ପାଠପଢ଼ା : ଥର୍ମାଲ ସ୍କ୍ରିନିଂ ବ୍ୟବ‌ସ୍ଥା ସହ ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଛାତ୍ରଛାତ୍ରୀ

ଭୁବନେ‌ଶ୍ୱର : ଆଜିଠୁ ଖୋଲିଛି ସ୍କୁଲ, କଲେଜ । ସ୍କୁଲ ଗୁଡିକରେ କରୋନା ଗାଇଡ଼୍‌ ଲାଇନ୍‌କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଆଜିଠାରୁ ବିଦ୍ୟାଳୟରେ ପାଠପଢା ଆରମ୍ଭ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବା ପାଇଁ ଗାଇଡ଼୍‌ ଲାଇନ୍‌ ରହିଛି । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇ ପଢ଼ାପଢ଼ା ଆର‌ମ୍ଭ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.