ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ରାଉରକେଲା ତରଫରୁ ୬୬ତମ ଶପଥ ପାଠ ଉତ୍ସବ ଇଣ୍ଡୋ ଜର୍ମାନ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୫-୨୬ ପାଇଁ ନୂତନ ସଭାପତି ଭାବେ ଲାୟନ ଦେବଦତ୍ତ ମିଶ୍ର, ସମ୍ପାଦକ ଭାବେ ଲାୟନ ସୁନିତା ଶ୍ରୀନିବାସନ ଓ କୋଷାଧ୍ୟକ୍ଷ ଲାୟନ ଜଗଜିତ୍ ସିଂ ନୂଆ ଦାୟିତ୍ଵ ଗ୍ରହଣ କରିବା ସହ ଶପଥ ପାଠ କରିଥିଲେ । ସମାଜ ପ୍ରତି ପ୍ରତିବଦ୍ଧତା, ଦାୟିତ୍ୱବୋଧ ଓ କ୍ଲବର ଗରିମାକୁ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଲଟିପୁଲ କାଉନସିଲର ଉପାଧ୍ୟକ୍ଷ ଲାୟନ ପ୍ରବୀନ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଲାୟନ ଡା ଦୁର୍ଗେଶନନ୍ଦିନୀ ବିଶ୍ୱାଳ, ଜୋନାଲ ଅଧ୍ୟକ୍ଷ ଲାୟନ ପ୍ରତୀକ କାୟଲ, ଆଞ୍ଚଳିକ ଅଧ୍ୟକ୍ଷ ଲାୟନ ମିନୁ ଅଗ୍ରୱାଲ, ସ୍ଥାପନା ଅଧ୍ୟକ୍ଷ ଲାୟନ ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୩ଜଣ ନୂତନ ସଭ୍ୟ ଭାବେ ସଂଗ୍ରାମ କେଶରୀ ମହାନ୍ତି, ପ୍ରବୋଧ କୁମାର ସାହୁ ଓ ରୋହିତ କୁମାର ତିୱାରଙ୍କୁ ଗ୍ରହଣ କରାଯାଇଥିଲା । ସେହିପରି ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ସମାଜସେବୀ ଲିତାଞ୍ଜଳୀ ପତି, ନିନାରାଣୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଶୁଭସ୍ମିତା ମିଶ୍ର, ପାୟଲ କୁମ୍ଭାର, ପ୍ରିତୀ କୁମ୍ଭାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲାବେଳେ ପାର୍ଥସାରଥୀ ମହାପାତ୍ର ଓ ଭରତ ଧଳ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ସହରର ସମସ୍ତ ଲାୟନ୍ସ କ୍ଲବର ସଭାପତି ସମ୍ପାଦକ ମାନେ ଯୋଗଦେଇଥିଲେ ।
