ls

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମର ପାରିବାରିକ କନ୍ଦଳ ତଥା ଅନ୍ୟତମ ପୂଜକ ମଝିଆ ଭାଇ ମହେନ୍ଦ୍ର ହିଁ ଦାୟୀ : ମୁଖ୍ୟ ପୂଜକ ବଡ଼ ଭାଇ ମଳୟ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମ ଆମର ପାରିବାରିକ କନ୍ଦଳ ତଥା ଅନ୍ୟତମ ପୂଜକ ମଝିଆ ଭାଇ ମହେନ୍ଦ୍ର ହିଁ ଦାୟୀ ବୋଲି ମୁଖ୍ୟ ପୂଜକ ବଡ଼ ଭାଇ ମଳୟ କୁମାର ଦିଶ୍ରୀ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ପୂର୍ବାହ୍ନ ୧୧ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଗତ ୨୫ ତାରିଖ ଦିନ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସାନ ଭାଇ ଅନ୍ୟତମ ପୂଜକ ମଧୁସୂଦନ ଦିଶ୍ରୀଙ୍କୁ ଇସ୍କନ ଧର୍ମାବଲମ୍ବୀ ଅଣ ହିନ୍ଦୁ ଦର୍ଶାଇ ତାଙ୍କୁ ମା’ ପାଟଣେଶ୍ୱରୀଙ୍କ ସେବାପୂଜା ନୀତିକାନ୍ତି ଦାୟିତ୍ୱରୁ ବହିଷ୍କାର ପାଇଁ ଦାବୀ କରାଯାଇଥିବା ବେଳେ ଆଜି ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ମଳୟ କୁମାର ଦିଶ୍ରୀ ଓ ତାଙ୍କ ସାନଭାଇ ମଧୁସୂଦନ ଦିଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ତାଙ୍କ ପାରିବାରିକ କନ୍ଦଳ ଯୋଗୁଁ ପାଟଣେଶ୍ୱରୀ ମନ୍ଦିରରେ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଥିବା ବଖାଣିଛନ୍ତି । ବଡ଼ଭାଇ ମଳୟ କୁମାର ଦିଶ୍ରୀ କହିଛନ୍ତି ଯେ, ମୋର ସାନ ଭାଇ ମଧୁସୂଦନ ଦିଶ୍ରୀକୁ ଇସ୍କନ୍‌ ଧର୍ମାବଲମ୍ବୀ କହି କେଶରୀୟା ହିନ୍ଦୁ ବାହିନୀର ସହାୟତାରେ ସେବା ପୂଜା କାର୍ଯ୍ୟରୁ ବହିଷ୍କାର କରିବାର ଚକ୍ରାନ୍ତ ମହେନ୍ଦ୍ର ହିଁ କରିଥିବା ଅନୁମେୟ । ନିଜର ଯୁକ୍ତି ରଖି ସେ ପ୍ରକାଶ କରିଛନ୍ତି ଯେ, ଇସ୍କନ କୌଣସି ଅଣ ହିନ୍ଦୁ ଅନୁଷ୍ଠାନ ନୁହେଁ ଏବଂ ଏହି ଅନୁଷ୍ଠାର ସଦସ୍ୟ ଅଣ ହିନ୍ଦୁ ନୁହନ୍ତି । ଏପରି ହୋଇଥାଏ ଯେ, ଅନ୍ୟ ଧର୍ମାବଲମ୍ବୀ ମାନେ ଇସ୍କନ ପ୍ରତି ଆକୃଷ୍ଟ ହୋଇ ସେଥିରେ ସାମିଲ୍‌ ହୋଇଥାନ୍ତି, ମାତ୍ର ଜଣେ ହିନ୍ଦୁ ଇସ୍କନର ସଦସ୍ୟ ହେଲେ ତାର ହିନ୍ଦୁତ୍ୱରେ କୌଣସି ପରିବର୍ତ୍ତନ ହୁଏନାହିଁ ବା ସେ ହିନ୍ଦୁ ଧର୍ମରୁ ବାଦ୍‌ ପଡେ଼ନାହିଁ । ସେହି ହିସାବରେ ମୋର ସାନ ଭାଇ ମଧୁସୂଦନ ଦିଶ୍ରୀ ସଂପୂର୍ଣ୍ଣ ରୂପେ ହିନ୍ଦୁ ଓ ହିନ୍ଦୁ ଦେବାଦେବୀଙ୍କ ପୂଜା ସେବା କରିବାର ଅଧିକାର ତାର ମଧ୍ୟ ରହିଛି ।

ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ମଳୟ କୁମାର ଦିଶ୍ରୀ ଆହୁରି କହିଛନ୍ତି ଯେ, ବଂଶାନୁକ୍ରମିକ ସତ୍ତ୍ୱରେ ଦେବୋତ୍ତର ବିଭାଗର ନିର୍ଦ୍ଦେଶ କ୍ରମେ ଆମେ ତିନି ଭାଇ ମୁଁ, ମୋ’ ମଝିଆ ଭାଇ ମହେନ୍ଦ୍ର କୁମାର ଦିଶ୍ରୀ ଓ ସାନ ଭାଇ ମଧୁସୂଦନ ଦିଶ୍ରୀ ଆମ ପିତାଙ୍କ ଦେହାନ୍ତ ପରେ ପାଟଣେଶ୍ୱରୀ ଦେବୀଙ୍କ ସେବାପୂଜା ଓ ନୀତିକାନ୍ତି କରିବାର ଅଧିକାର ଚାରି ମାସିଆ ପାଳିରେ ପ୍ରାପ୍ତ ହୋଇଛୁ । ବଂଶାନୁକ୍ରମିକ ସତ୍ତ୍ୱରେ ଆମ ପରିବାରର ତିନି ପିଢ଼ି ହେଲା ମା’ ପାଟଣେଶ୍ୱରୀ ଦେବୀଙ୍କ ନୀତିକାନ୍ତି ଓ ସେବାପୂଜା କରି ଆସୁଅଛୁ । କ୍ଷୋଭ ଓ ପରିତାପର ବିଷୟ ଯେ, ଆମର ମଝିଆ ଭାଇ ମହେନ୍ଦ୍ର ମା’ ପାଟଣେଶ୍ୱରୀଙ୍କ ସେବାପୂଜା ଓ ନୀତିକାନ୍ତି ଏକାକୀ ହାତେଇବା ପାଇଁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରୁଛି ଓ ବିଶୃଙ୍ଖଳା ସୃଷ୍ଟି କରୁଛି । ସାନଭାଇ ମଧୁସୂଦନର ପାଳି ପଡ଼ିଲେ ମହେନ୍ଦ୍ର ବିଭିନ୍ନ ପ୍ରକାର ବ୍ୟାଘାତ ସୃଷ୍ଟି କରୁଛି । ମଧୁସୂଦନର ବିରୁଦ୍ଧରେ ମହେନ୍ଦ୍ର ଷଡ଼ଯନ୍ତ୍ର କରିବା ଠାରୁ ଆରମ୍ଭ କରି ଲୋକ ଲୋଗାଇ ଦୌରାତ୍ମ୍ୟ କରିବା ପର୍ଯ୍ୟନ୍ତ ପଛାଉ ନାହିଁ । ବଡ଼ ଭାଇ ହିସାବରେ ଏହା ମତେ ବହୁତ କଷ୍ଟ ଦେଉଛି । ମୋର ଏବଂ ପରିବାରବର୍ଗର କାହାରି କଥାକୁ ମହେନ୍ଦ୍ର କର୍ଣ୍ଣପାତ କରୁନାହିଁ । ମହେନ୍ଦ୍ର ସବୁବେଳେ ଏପରି କାର୍ଯ୍ୟ କରୁଛି, ଯେଉଁଥିରେ ମୋର ଓ ମୋର ସାନ ଭାଇ ମଧୁସୂଦନର କ୍ଷତି ହେବ । ମା’ ପାଟଣେଶ୍ୱରୀଙ୍କ ସେବା ପୂଜାରେ ବ୍ୟତିକ୍ରମ ଘଟିଲେ ବି ତାର କିଛି ଯାଏ ଆସେ ନାହିଁ । ତାର ଏକମାତ୍ର ଲକ୍ଷ୍ୟ, ନିଜେ ଏକାକୀ ପାଟଣେଶ୍ୱରୀ ମନ୍ଦିରର ସେବାପୂଜା କରିବାର ଅଧିକାର ପ୍ରାପ୍ତ ହେବା ।

ଅନ୍ୟତମ ପୂଜକ ମଝିଆ ଭାଇ ମହେନ୍ଦ୍ର କୁମାର ଦିଶ୍ରୀଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ମୋବାଇଲ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନଥିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରିନାହିିଁ ।

pc pk
Leave A Reply

Your email address will not be published.