oum

ମିଳିତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ : ପାଟଣାଗଡ଼ରେ ମିଳିତ ଚାଷୀ ସଂଗଠନ, କଂଗ୍ରେସ ପକ୍ଷରୁ ପିକେଟିଂ ବିକ୍ଷୋଭ ପ୍ରଦର୍ଶନ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ଆଦି ବ୍ଳକ ଗୁଡିକରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଆଜି ଏହି ବନ୍ଦ ପାଳନକୁ ସମର୍ଥନ କରି ପାଟଣାଗଡ଼ର ବିଭିନ୍ନ କୃଷକ ସଂଗଠନ ଓ କଂଗ୍ରେସ ଦଳ କର୍ମୀମାନେ ଏକତ୍ରିତ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସହରର ବିଭିନ୍ନ ସ୍ଥାନରେ ପେକେଟିଂ କରିବା ସଙ୍ଗେ ବିକ୍ଷୋଭ ପ୍ରଦର୍ଶନ ସହ କେନ୍ଦ୍ର ସରକାରଙ୍କ ତିନୋଟି ପାରିତ କୃଷି ଆଗକୁ ପ୍ରତ୍ୟାହାର କରିବା ।

ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଫି ଓ ଅନ୍ୟାନ୍ୟ ଫି ଛାଡ କରିବା, ଚାଷୀ ମାନଙ୍କ ବିଦ୍ୟୁତ ବିଲ୍ ସମ୍ପୂର୍ଣ୍ଣ ଛାଡ଼ କରିବା, ଜଳସେଚନ ବ୍ୟବସ୍ଥା କରିବା, ପ୍ରତ୍ୟେକ ଚାଷୀ ପରିବାରଙ୍କୁ ମାସିକ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା, ଚାଷୀ ଋଣ ଛାଡ କରିବା ଆଦି ଦାବୀ ନେଇ ନାରାବାଜି ଦେବା ସହ ବାଇକ ରେଲି କରାଯାଇଥିଲା ।

ବଲାଙ୍ଗିର ଜୟକିସାନ କୃଷକ ଆନ୍ଦୋଳନ ପ୍ରବକ୍ତା ଗିରିରାଜ ଭୋଇଙ୍କ ନେତୃତ୍ୱରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରିବା ସଙ୍ଗେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଜୟ କିସାନ ଆନ୍ଦୋଳନର ବ୍ଳକ ସଂଯୋଜକ ଅଭିଳାଷ ଭୋଇ, ଜିଲ୍ଲା କୃଷକ ମହାସଂଘ କୃଷ୍ଣ ଚନ୍ଦ୍ର ବନଛୋର, ଜିଲ୍ଲା କୃଷକ ମହାସଂଘର ବ୍ଳକ ସଭାପତି ରଞ୍ଜିତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସେହିପରି ପାଟଣାଗଡ଼ କଂଗ୍ରେସ ପକ୍ଷରୁ ମଧ୍ୟ ପିସିସି ସଭ୍ୟ ତଥା ପାଟଣାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପୁରୋହିତ ଙ୍କ ନେତୃତ୍ବରେ ଭାରତ ବନ୍ଦ କୁ ସମର୍ଥନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଖପ୍ରାଖୋଲ ବ୍ଳକ ରେ ମଧ୍ୟ କୃଷକ ସଂଘ ପକ୍ଷରୁ କ୍ଷମାନିଧି ଭୋଇଙ୍କ ନେତୃତ୍ୱରେ ବନ୍ଦ ଡାକରା ସମର୍ଥନ ଜଣାଇ ଖପ୍ରାଖୋଲ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ର ବିଭିନ୍ନ ଚାଷୀ ସଂଗଠନ, ଜୟ କିସାନ ଆନ୍ଦୋଳନ ,ବଣିକ ସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରାଯାଇଛି ।

Leave A Reply

Your email address will not be published.