କନ୍ଧମାଳ : ଓଡ଼ିଶାରେ ଲାଲ୍ ବାହିନୀର ପତନ । ସରିଲା ଶୁକ୍ରୁର ଖେଳ । ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓନେତା କଷା ସୋଡ଼ି ଓରଫ୍ ଶୁକ୍ରୁ । କନ୍ଧମାଳ ପୋଲିସ ନିକଟରେ ୪ ମାଓବାଦୀଙ୍କ ସହ ଶୁକ୍ରୁ ସରେଣ୍ଡର କରିଛି । ଏକେ-୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଶୁକ୍ରୁକୁ ଧରିବାକୁ ଚାଲିଥିଲା କନ୍ଧମାଳରେ ବଡ଼ ଅଫରେସନ୍ । ମାର୍ଚ୍ଚ ୩୧ ସୁଦ୍ଧା ଶୁକ୍ରକୁ ଧରିବାକୁ ରହିଥିଲା ଟାର୍ଗେଟ୍ ।