oom

ପାତଳପଡ଼ା ଗ୍ରାମରେ ସ୍ତ୍ରୀର ହାତ ଶିରା କାଟି ଦେଲା ସ୍ୱାମୀ : ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପାତଳପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ହାତ ଶିରା କାଟି ହତ୍ୟା କରିଥିବା ଗୁରୁତର ଅଭିଯୋଗ ହୋଇଛି । ପାତଳପଡ଼ା ଗ୍ରାମର ଟଙ୍କଧର ରଣା(୩୦) ଓ ତାଙ୍କ ପତ୍ନୀ ଆୟାସିନି ରଣା(୨୫)ଙ୍କ ମଧ୍ୟରେ କୌଣସି ପାରିବାରିକ କଳହକୁ ନେଇ ଶନିବାର ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଟଙ୍କଧର ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ପତ୍ନୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ତାଙ୍କ ପତ୍ନୀଙ୍କ ହାତ ଶିରା କଟି ଯାଇ ଗୁରୁତର ଆହତ ହୋଇଥିଲେ । ନିଜେ ସ୍ଵାମୀ ଟଙ୍କଧର ତାଙ୍କୁ ପ୍ରଥମେ ମୁରିବାହାଲ ଓ ପରେ ଟିଟିଲାଗଡ ନେଇଥିଲା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଅଧିକ ତଦନ୍ତ କରିଥିଲା । ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଉଭୟଙ୍କ ଏକ ଦେଢ଼ ବର୍ଷର ପୁଅ ରହିଛି । ଅଭିଯୁକ୍ତ ସ୍ଵାମୀ ଟଙ୍କଧରକୁ ଅଟକ ରଖି ଅଧିକ ପଚରାଉଚରା ପରେ କେସ ନଂ ୧୩୯/୨୫ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.