ଗୌରଗୋଠ ପାଟଖଣ୍ଡା ମହୋତ୍ସବ ଅବସରରେ ଲୋକଙ୍କୁ ଭେଟିଲେ ନରସିଂହ

  • ଜଳସେଚନ ଓ ଭୂମିହୀନଙ୍କ ସମସ୍ୟା ଶୁଣିଲେ, ସମାଧାନରେ ଦେଲେ ପ୍ରତିଶୃତି
  • ଜଳସେଚନକୁ ନେଇ ଭୁଆଁବୁଲେଇଛି ପୂର୍ବ ବିଜେଡି ସରକାର – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ଆୟୋଜିତ ହୋଇଥିବା ପାଟଖଣ୍ଡା ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ଅଂଚଳର ବିଭିନ୍ନ ପଂଚାୟତରୁ ତଥା ଗାଁରୁ ଆସିଥିବା ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଉପରେ ଅବଗତ ହୋଇଥିଲେ । ବିଶେଷ କରି ଅଂଚଳର ଚାଷୀମାନେ ଜଳସେଚନକୁ ନେଇ ତାଙ୍କର ସନ୍ତୋଷବ୍ୟକ୍ତ କରିଥିଲେ । ଏଅଂଚଳରେ ମେଗା ଜଳସେଚନ ପ୍ରକଳ୍ପ ୪ ବର୍ଷ ପୂର୍ବରୁ ବିଜେଡି ସରକାରଙ୍କ ଅମଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଏ ଅଂଚଳର ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ଜଳସେଚନ ହୋଇପାରିନାହିଁ ଯେତେ ଅଭିଯୋଗ କଲେ ହେଁ ବିଭାଗୀୟ ଯନ୍ତ୍ରୀମାନେ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ପୂର୍ବତନ ବିଧାୟକ ନରସିଂହ ମିଶ୍ର ଏ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଡକାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ବଡବାହାଲ, ଗୌରଗୋଠ, ରୁଗୁଡିପାଲି ପଂଚାୟତରେ ଅନେକ ଭୂମିହୀନ ୪ଡିସମିଲ ଲେଖାଇ ଜାଗା ପଟ୍ଟା ପାଇଛନ୍ତି କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ତାଙ୍କର ଜାଗା ଚିହ୍ନଟ କରି ପ୍ରଦାନ କରାଯାଇନାହିଁ । ଏପରି ପ୍ରଶାସନିକ ଅବହେଳାକୁ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ଭର୍ସନା କରିବା ସହ ତୁରନ୍ତ ଦେଓଗାଁ ତହସିଲଦାରଙ୍କୁ ଫୋନ ଯୋଗେ ଏହାର ସମାଧାନ କରିବାକୁ କହିଥିଲେ । ଏ ପରିପ୍ରେକ୍ଷିରେ ବାକି ରହିଯାଇଥିବା ଭୂମିହୀନମାନେ ଅକ୍ଟୋବର ୩୧ ତାରିଖ ଭିତରେ ଆବେଦନ କଲେ ସେମାନଙ୍କ ପାଇଁ ମଧ୍ୟ ଜମିପଟ୍ଟାର ବ୍ୟବସ୍ଥା କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମିଶ୍ରଙ୍କୁୁ ତହସିଲଦାର କହିଥିଲେ । ବଡବାହାଲ ଠାରେ ନୂତନ ଆର୍‌ଆଇ ଅଫିସ ନିର୍ମାଣ ପୁର୍ଣ୍ଣାଙ୍ଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଆର୍‌ଆଇ କାହିଁକି ସେଠାରେ ରହୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଏହାର ସମାଧାନ ଶିଘ୍ର କରିବାକୁ ଶ୍ରୀ ମିଶ୍ର ତହସିଲଦାରଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ପାଟଖଣ୍ଡା ମହୋତ୍ସବର ସଭାପତି ପ୍ରତାପ ନାଏକ, ଉପ-ସଭାପତି ଦୁଯ୍ରୋ୍ୟଧନ ରଣା, ହରିଶଙ୍କର ଭୋଇ, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, କାନ୍ତେଶ୍ୱର ପ୍ରଧାନ, ମୟ ପ୍ରଧାନୀ, ପପୁ ପାତ୍ର, ଶୁଶାନ୍ତ ନାଏକ, ପିତାମ୍ବର ରଣା, ସୁଶିଲ ରଣା, ଜିତୁ ରଣା, ହିମାଂଶୁ ରଣା ଏବଂ ବିଭିନ୍ନ ଗାଁରୁ ଆସିଥିବା ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.