oom

ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ମୁରିବାହାଲ ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମାର ଅଧ୍ୟକ୍ଷତା କରି ଅନ୍ଧକାରରୁ ଆଲୋକକୁ ବାଟଦେଖାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ମାନସ ସାହୁ, ଅରୁଣ ପାତ୍ର, କମଲେଶ ମାଝୀ କାଳ ଅପଚୟ ନକରି ଗ୍ରନ୍ଥକୀଟ ହୋଇବଡ ମଣିଷ ହେବା ପାଇଁ ଲକ୍ଷ୍ୟ ପଥେ ଯିବାର ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀ ଜ୍ୟୋସ୍ନା ପଟ୍ଟନାୟକ, ଦୁଲିରତେଇ, ହୀତେଶ ବେହେରାଙ୍କୁ ମାନପତ୍ର ଖାତା କଲମ ଦେଇ ଉତ୍ସାହିତ କରାଯାଇଥିଲା । ନୀରବବତା ରକ୍ଷା କରିଥିବାରୁ ଅରୁଣ ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.