
ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ମୁରିବାହାଲ ବ୍ଳକ ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମାର ଅଧ୍ୟକ୍ଷତା କରି ଅନ୍ଧରରୁ ଆଲୋକକୁ ବାଟଦେଖାଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ମାନସ ସାହୁ, ଅରୁଣ ପାତ୍ର, କମଳେଶ ମାଝୀ କାଳ ଅପଚୟ ନକରି ଗ୍ରନ୍ଥକୀଟ ହୋଇ ବଡ ମଣିଷ ହେବା ପାଇଁ ଲକ୍ଷ୍ୟ ପଥେ ଯିବାର ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ଖାତା କଲମ ଦେଇ ଉତ୍ସାହିତ କରାଯାଇଥିଲା । କରିଶେଷରେ ଅରୁଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।