ଭବାନୀପାଟଣା ଠାରେ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ପି.କେ. ସାହୁ) : ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡି.ପି.ଏମ.ୟୁ (ପ୍ଲାନିଂ) ଭବାନୀପାଟଣା ସଭା ଗୃହରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇଯାଇଅଛି । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କଳାହାଣ୍ଡି ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି । ଅତିଥି ଭାବରେ ଉପନିର୍ଦ୍ଦେଶକ ଡି.ପି.ଏମ.ୟୁ କଳାହାଣ୍ଡି ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଜନୀକାନ୍ତ ରଥ, ଡି.ପି.ଆର ଓ ମନୋଜ ବେହେରା ଉପସ୍ଥିତ ଥିଲେ । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କଳାହାଣ୍ଡି ଡ଼ଃ ରଥ ସ୍ୱାଗତ ଭାଷଣ ଦେବା ସହିତ ୨୧ତମ ପଶୁଧନ ଗଣନାର ଆଭିମୁଖ୍ୟ ଏବଂ ମହତ୍ତ୍ଵ ଜଣାଇଥିଲେ । ଶ୍ରୀଯୁକ୍ତ ଦଳେଇ ଏହି ପଶୁଗଣନାକାରୀ ଓ ପର୍ଯ୍ୟବେକ୍ଷଣକୁ ସଠିକ୍ ଭାବରେ ଏବଂ ସ୍ଵଚ୍ଛ ରୂପେ କରିବା ସହ ଏହି ଗଣନା ଉପରେ ଆର୍ଥନିତିକ ମାନ ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି ସେ ତାଙ୍କ ଭାଷଣରେ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ପଶୁଧନ ଗଣନା ସହିତ ସଠିକ୍ ଭାବରେ ପଶୁ ସମ୍ପଦ ବିକାଶ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମକୁ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଠିକଠାକ ଭାବରେ ଉକ୍ତ ପ୍ରଶିକ୍ଷଣ ନେଇ ସଠିକ୍ ପଶୁଧନ ଗଣନା କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଧର୍ମଗଡ଼ ଓ ଭବାନପାଟଣା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, ଭେଟନାରୀ ଟେକ୍ନିସିଏନ, ମୈତ୍ରୀ, ପ୍ରାଣୀମିତ୍ର ଆଦି ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କଳାହାଣ୍ଡି ଜିଲ୍ଲାର ସର୍ବମୋଟ ୧୩୩ଟି ପଶୁଧନ ଗଣନାକାରୀ ଏବଂ ୩୬ଟି ପର୍ଯ୍ୟବେକ୍ଷକଙ୍କୁ ତା.୨୯.୦୮.୨୦୨୪ ରିଖ ଠାରୁ ୩୧.୦୮.୨୦୨୪ ରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଉକ୍ତ ଉଦ୍‌ଘାଟନ ସଭାର ପରିଚାଳନା ଡ଼ଃ. କେଦାରନାଥ ଖମାରୀ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ (DTC) କରିବା ସଙ୍ଗେ ଧନ୍ୟବାଦ ଅର୍ପଣ ଡ଼ଃ. ମଧୁସୂଦନ ଦାସ (SDVO) ଧର୍ମଗଡ କରିଥିଲେ ।

Leave A Reply

Your email address will not be published.