ଆଉ ନାହାନ୍ତି ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ

  • ହାଏକୃଷ୍ଣ ହାଏକୃଷ୍ଣ ବୋଲି ଯାଉମୋର୍‌ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଏକୃଷ୍ଣ ହାଏକୃଷ୍ଣ ବୋଲି ଯାଉମୋର୍‌ ଜୀନନରେ ଘନକାଲିଆ ଫୁଲମାଲିଆ ନିଲରତନର ଗୀତିକାର ଆଉନାହାନ୍ତି । ବଲାଙ୍ଗର ଜିଲ୍ଲା କୁଶମେଲ ଗ୍ରାମର ପଦ୍ମଶ୍ରୀ ବିନୋଦ ପଶାୟତ (୯୧ବର୍ଷ) ଙ୍କ ଆଜି ପରଲୋକ ଘଟିଛି । ସମ୍ବଲପୁରୀ, ଗୀତିକାର ଓ ନାଟ୍ୟକାଳ ଆକାରରେ ଶ୍ରୀ ପଶାୟତ ପୁରପଲ୍ଲୀରେ ବେଶ ଲୋକପ୍ରିୟ ଥିଲେ । ବଲାଙ୍ଗିର ଜିଲ୍ଲା କୁଶମେଲ ଗ୍ରାମର ମୁଳବାସିନ୍ଦା ଅଟନ୍ତି । ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପିଡିତ ଥିବାବେଳ ଆଜି ସକାଳେ ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ସମ୍ବଲପୁର ସଦର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ପଶାୟତଙ୍କ ପରଲୋକ ଖବର ପାଇବାପରେ ଅଂଚଳରେ ଶୋକର ଛାୟାଖେଳି ଯାଇଛି । ପଦ୍ମଶ୍ରୀ ବିନୋଦ ପଶାୟତ ବଲାଙ୍ଗିର ଜିଲ୍ଲା କୁଶମେଲ ଗ୍ରାମର ୧୯୩୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସମ୍ବଲପୁରୀ ଭାଷା କଳା ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି । ସମ୍ବଲପୁରୀ ଭାଷାରେ ହାଏକୃଷ୍ଣ ହାଏକୃଷ୍ଣ ବୋଲି ଯାଉମୋର୍‌ ଜୀନନ…ପରି ଭାଷା ସାହିତ୍ୟ ଜଗତରେ ଅନେକ ଗୀତ ଓ ନାଟକ ରଚନା କରିଥିଲେ । ଆକାଶ ବାଣୀ ସମ୍ବଲପୁର ଓ ବଲାଙ୍ଗିରର ସେ ଜଣେ ବିଶିଷ୍ଠ ଗୀତିକାର ଅଟନ୍ତି । ୨୦୨୩ ମସିହା ଡିସେମ୍ବର ୩ତାରିଖରେ ଗୀତିନାଟ୍ୟ କଳାକ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ହାଏକୃଷ୍ଣ ହାଏକୃଷ୍ଣ ବୋଲି, ମା (ଗୁଟେ ଅକ୍ଷର ମହତ)ମୁଇଁ ନାଇଁମରେ, ଚିନି ସିନେମା ଆଦି ଶତାଧିକ ଭଜନ, ଜଣାଣ, ସମ୍ବଲପୁରୀ ଗୀତ, ଗୀତିନାଟ୍ୟ, ନାଟକ ରଚନାକରି ପୁର ପଲ୍ଲୀରେ ଲୋକ ପ୍ରିୟତା ଅର୍ଜନ କରି ପାରିଛନ୍ତି ଶ୍ରୀଯୁକ୍ତ ପଶାୟତ । ତାଙ୍କର ବିୟୋଗରେ ସବୁମହଲରେ ଶୋକ ପ୍ରକାଶ କରାଯାଇଛିି ।

jittmm
Leave A Reply

Your email address will not be published.