
ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗାଁରେ ଶ୍ରୀ ଶ୍ରୀ ସିଦ୍ଦେଶ୍ୱର ବାବାଙ୍କ ଦିବ୍ୟଲିଙ୍ଗ ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ମହିଳାମାନଙ୍କ ଦ୍ୱାରା ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସକାଳ ସାଢ଼େ ୮ଟା ସମୟରୁ ସାଢ଼େ ୧୨ଟା ମଧ୍ୟରେ ଦେବତା ଗଠନ, ପ୍ରତିଷ୍ଠା ଉତ୍ସବ ଓ ଦେଶାଇମୁଣ୍ଡା ସତ୍ୟସାଇ ଭଜନ ମଣ୍ଡଳୀ ଦ୍ୱାରା ତ୍ରଈ ରୁଦ୍ରଂ ବେଦପାଠ ପଠନ ହୋଇଥିବା ବେଳେ ଦିନ ୧୦ଟା ସମୟରୁ ପଣ୍ଡିତ ଶାନ୍ତନୁ ତ୍ରିପାଠୀ( ପାଟଣାଗଡ଼ ତମିଆ)ଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ହୋଇଥିଲା । କର୍ତ୍ତା ଭାବେ ସୌଦାବିନୀ ଦଣ୍ଡସନା ଉମାକାନ୍ତ ମଲ୍ଲିକ ଦାୟିତ୍ୱ ନେଇଥିବା ବେଳେ କନକ ମଲ୍ଲିକ, କାର୍ତ୍ତିକ ମଲ୍ଲିକ ଏବଂ ଗୀତା ମଲ୍ଲିକ ଓ ଲେଖଚନ୍ଦ୍ର ମଲ୍ଲିକ ଅନ୍ୟତମ କର୍ତ୍ତା ଭାବେ ସହଯୋଗ କରିଥିଲେ । ପ୍ରକାଶ ଯେ, ଗତ ୩୧.୩.୨୫ ଚୈତ୍ରଶୁକ୍ଳ ପକ୍ଷ ଦ୍ୱିତୀୟା ସୋମବାର ଦିନ ରୁଷୁଡ଼ା ଗାଁର ଉମାକାନ୍ତ ମଲ୍ଲିକଙ୍କ ଘରେ ଆବିର୍ଭାବ ହୋଇଥିବା ଶ୍ରୀ ଶ୍ରୀ ସିଦ୍ଦେଶ୍ୱର ବାବାଙ୍କ ଲିଙ୍ଗକୁ ପ୍ରତିଷ୍ଠା କରାଯାଇଥିଲା । ଲିଙ୍ଗ ଆବିର୍ଭାବ ହେବା ଦିନରୁ ପ୍ରତି ଦିନ ଶହ ଶହ ଶୀବ ଭକ୍ତ ଦର୍ଶନ କରି କରୁଣା ଭିକ୍ଷା କରୁଥିଲେ । ଏହି ପ୍ରତିଷ୍ଠା ଉତ୍ସବ ଦିନ ହଜାର ହଜାର ଭକ୍ତ ଏହି ମହୋତ୍ସବରେ ଭାଗ କରୁଣା ଭିକ୍ଷା କରିଥିଲେ ।