ppurohit

ରିକାପଲ୍ଲୀ ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

2nd

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ କଳ୍ପବାସିନୀପୀଠ ମନ୍ଦିରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ଦ୍ୱୟ ଏବଂ ନବନିର୍ମିତ ନୂତନ ସୌନ୍ଦର୍ଯ୍ୟକରଣ କୋଠରୀ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ କର୍ମକାଣ୍ଡ ବିଶେଷଜ୍ଞ ପୂଜାପଣ୍ତିତ ମନୋଜ ଶତପଥୀ, ବନୋଜ ଶତପଥୀ ପ୍ରମୁଖ ପୂଜା କର୍ମରେ ଅଧିଷ୍ଠିତ ହୋଇ ସମାଜର ମଙ୍ଗଳ କମାନାର୍ଥେ ଯଥା ପୂଜାର୍ଚ୍ଚନା, ଚଣ୍ଡୀ ସ୍ତୋତ୍ରପାଠ, ମନ୍ତ୍ରପାଠ ହୋମ୍ ଆଦି ସମାହିତ ସାଂଗକୁ ନୂତନ ସିଂହ ବିଗ୍ରହ ଦ୍ୱୟର ଉନ୍ମୋଚନ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଯାଇଛି । ଅଗଣିତ ଭକ୍ତଙ୍କ ସମାଗମ ଏବଂ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଭକ୍ତି ଭାବରେ ଭକ୍ତଗଣ ଖୁସି ମନାଇଛନ୍ତି । ଶ୍ରୀ ଶ୍ରୀ ବୁଢ଼ୀ ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ କର୍ମକର୍ତ୍ତା ଏବଂ ସଦସ୍ୟ ମଣ୍ଡଳୀ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । କମିଟିର ସଭାପତି ସୁନୀଲ କୁମାର ଗୌଡ଼, ସମାଜସେବୀ ତଥା ଭକ୍ତ ଦୀପକ ମୁଦୁଲି, ସେବକ ଦିବାକର ବେହେରା ପ୍ରମୁଖ ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ସକ୍ରୀୟ ସହଯୋଗ କରିଥିଲେ । ବିଧାୟକଙ୍କ ହାତ ପାଣ୍ଠିରୁ କଳ୍ପବାସିନୀପୀଠର ଉନ୍ନତି କରଣ ନିମନ୍ତେ ତିନି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ହେତୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କମିଟି ଓ ଭଦ୍ରମଣ୍ଡଳୀଙ୍କ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.