ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋକନାଥ ଭୋଇଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟାଣ୍ଡର ତାଳେ ନାରୀ ଶିକ୍ଷାର ପ୍ରସାର ପାଇଁ ନଗର ପରିକ୍ରମା କରିଥିଲେ । ଅନୁଷ୍ଠିତ ସଭାରେ ପଦ୍ମପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିବା ବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ନବୀନ ଚନ୍ଦ୍ର ପାଢ଼ୀ, ମନୋରଞ୍ଜନ ସିଂହ ବରିହା, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପୂର୍ବତନ ଶିକ୍ଷକ ଜୀବନାନନ୍ଦ ସାହୁ, ପୂର୍ବତନ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ, ବୃନ୍ଦାବନ ଦାସଙ୍କୁ, ମିନତି ଦାସ, ସୁରେଶ ଚନ୍ଦ୍ର ଚୌହାନ ଯୋଗ ଦେଇଥିଲେ । ମାନସ ରଞ୍ଜନ ଶତପଥୀ ଓ ରବିନା ପଧାନ ସଭାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ରାଣୀ ସିଂ ବରିହା ଛାତ୍ରୀମାନଙ୍କୁ ସଫଳ ହେବା ପାଇଁ କେବଳ ପରିଶ୍ରମ ହି ଏକମାତ୍ର ମାଧ୍ୟମ ବୋଲି ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଏହି ଦିବସକୁ ସ୍ନୃତିମୟ କରିବା ପାଇଁ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସା ରାଣୀ ସାହୁ, ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାସ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହାୟତା କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Next Post