ସଇଁତଲାରେ ସାଂସଦ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁତଲା, (ଖୁସି ରାନି ସାହୁ) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ସଇଁତଲା ବ୍ଲକ ପ୍ରତିନିଧି ଭାବେ ଗଦାଧର ବଗର୍ତ୍ତିଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ କରାଯାଇ ଥିବାବେଳେ ଆଜି ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ବଗର୍ତ୍ତିଙ୍କୁ ବିଜେପିର କର୍ମକର୍ତ୍ତାମାନେ ଉପଢୌକନ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସାଂସଦଙ୍କ ପ୍ରତିନିଧି ଶ୍ରୀ ବଗର୍ତ୍ତି ଲୋକଙ୍କ ସହ ମିଶି ଗ୍ରାମାଞ୍ଚଳର ଉନ୍ନତି କରିବା ସହ ବ୍ଲକର ଉନ୍ନତି କରିବା ପାଇଁ ଚେଷ୍ଟା କରିବି ବୋଲି କହିବା ସହ ବିଜେପିର ସମସ୍ତ କାର୍ଯ୍ୟା କର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.