
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ଇଞ୍ଜିନିୟରିଙ୍ଗ୍ ସ୍କୁଲ ନିକଟ ରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦଳିତ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଶାନ୍ତି ପୂର୍ଣ୍ଣ ଭାବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକଙ୍କ ନେତୃତ୍ୱରେ ବହୁ ଯୁବ କର୍ମୀମାନେ ସାମିଲ ହୋଇ ଏହାର ତୀବ୍ର ବିରୋଧ କରିଛନ୍ତି ।