ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଏବିସିଡି ଆୟୋଜିତ ବୋଡାସମ୍ବର ନୂଆଖାଇ ଭେଟଘାଟ ଉପଲକ୍ଷେ ପଦ୍ମପୁର ମେହେରପଡାଠାରେ ଥିବା ଗଙ୍ଗାଧର ମେହେର ଧରମ ସାଲାଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଓଡିଶା ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ସଦସ୍ୟମାନେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ପରେ ପରେ ମା ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ନିଜେ ମୁରୁଜରେ ରଙ୍ଗୋଲି କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ୪ ଗୋଟି ବିଭାଗରେ ୯୬ ଜଣ ବିଭିନ୍ନ ସ୍କୁଲରୁ ପ୍ରତଯୋଗୀ ଥିବା ବେଲେ ରଙ୍ଗୋଲି ଓ ଝୋଟିରେ ଯଥାକ୍ରମେ ୪୫,୪୫ ଜଣ ଶିଶୁ ଓ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନୂଆଖାଇ ୨୮ ତାରିଖ ଦିନ ଗୁରୁବାର ଅପରାହ୍ନ ଘ.୫.୦ରେ ସ୍ଥାନୀୟ ରାଜବୋଡା ସମ୍ବର ହାଇସ୍କୁଲ ପରିସରରେ ଆୟୋଜିତ ନୂଆଖାଇ ଭେଟଘାଟ ପାଳନ ଅବସରରେ ପୁରସ୍କୃତ କରାଯିବ । ଆଜି ଏହି ପ୍ରତିଯୋଗିତା ରେ ଏବିସିଡି ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ରମେଶ ଗୁର୍ଲା, ଟୁନା ବାରିକ, ଗୋପବନ୍ଧୁ ଶିକା, ସଭାପତି ଅନିଲ କୁମାର ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, ଲିଙ୍ଗରାଜ ସାହୁ, ସହଦେବ ମେହେର, ଅଂଶୁମାନ ମେହେର, ରବିନ୍ଦ୍ର ମୋହନ ଦାଶ ,ଅମୀୟ ପୁରୋହିତ, ସାନ୍ତସଂଗ୍ରାମ ଭୋଇ, ସୁମନ୍ତ କୁମାର ସାହୁ, ତୁଷାର କାନ୍ତ ପ୍ରଧାନ,ସୁନୀଲ ଭୋଇ ,ସରୋଜ ଯୋଶୀ, ସରୋଜ ଦାନୀ ସହଯୋଗ କରିଥିବା ବେଲେ ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ସଚିଦାନନ୍ଦ ସାହୁ, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ନକୁଳ ଗିଙ୍ଗିରା ବିଚାରକ ଦାୟିତ୍ୱ ତୁଳାଇଥିବା ବେଲେ ସହ ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
