oom

ମୁରିବାହାଲରେ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

jsmm
  • ପ୍ରଥମ ମ୍ୟାଚରେ ଘୁଷୁରାମୁଣ୍ଡା ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଶନିବାର ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ ଘୁଷୁରାମୁଣ୍ଡା ଏନ୍‌ଏସ୍‌ସି ଦଳ ଓ କଳାହାଣ୍ଡି ଜିଲ୍ଲା ବୁର୍ଡା ଏମ୍‌ଆର୍‌ କ୍ଲବ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଘୁଷୁରାମୁଣ୍ଡା ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ଉପସଭାନେତ୍ରୀ ମିଥିଳା ମାଝୀ, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ)ସମିତି ସଭ୍ୟ ସନ୍ୟାସୀ ପୁଟେଲ, ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମ୍ୟାଚ୍‌କୁ ଖ୍ୟାତନାମା ବରିଷ୍ଠ ରେଫରି ଶ୍ରୀବତ୍ସ ବେହେରାଙ୍କ ସହ ସାନ ଭୋଇ ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ମୁଖ୍ୟ ଆୟୋଜକ ଶ୍ରୀବତ୍ସ ବେହେରା, ସଭାପତି ବଡ଼ ଭୋଇ, କାର୍ଯ୍ୟକାରୀ ସଭାପତି ଭିକି ମହାରଣା, ସାଧାରଣ ସମ୍ପାଦକ ପ୍ରଦୀପ ବଘାର, ସମ୍ପାଦକ ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ ପଦ୍ମଲୋଚନ ବାଗ, ପ୍ରକାଶ ବଘାର, ଯଶୋବନ୍ତ ନାଏକ, ଗୋପୀନାଥ ମାଝୀ, ଦୂର୍ବାଦଳ ଭୋଇ, ଖଗେଶ୍ୱର ଭୋଇଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ରବିବାର ଖଡିଆଳ ଓ ନକଟାଶର ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.