ଗୀତାରାଣୀ ରଣଜିତ ଆଜି ସାଉରିଆ ଗ୍ରା.ପ. ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପଦବୀ ନିମନ୍ତେ ଆଜି ଗୀତାରାଣୀ ରଣଜିତ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଉରିଆ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ଆର୍ଶିବାଦ ଓ ସହଯୋଗ କାମନା କରି ସମସ୍ତଙ୍କ ସହ ସାମିଲ ହୋଇ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପଥରେ ଆଗେଇ ନେବା ସହ ଦୁଃଖ ସୁଖରେ ସାଥୀ ହୋଇ ରହିବେ ବୋଲି ଶ୍ରୀମତୀ ରଣଜିତ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.