
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ ଭବନରେ ନିୟମିତ ଡାଏଲିସିସ କରାଯାଉଛି । ତେବେ ତୁରନ୍ତ କିଡ଼ନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି । ଅପରପକ୍ଷରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ଏକ ଟିମ ସୋମବାର ଅନୁଷ୍କା ଓ ତାଙ୍କ ବାପା ମା’ଙ୍କୁ ନେଇ ଜିଲ୍ଲା ହେଲଦି ଇନଫରମେସନ ସେଣ୍ଟରକୁ ନେଇଥିଲେ । ସେଣ୍ଟରର ମୁଖ୍ୟ ଡାକ୍ତର ବିଜୟ ପାଣିଗ୍ରାହୀ ଓ ଡାକ୍ତର ଆର. ଜଗଦୀଶ ରେଡ୍ଡୀ ଶିଶୁଟିର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ କାଗଜପତ୍ର ଦେଖି ଅନୁଧ୍ୟାନ କରିଥିଲେ । କଟକ ଶିଶୁ ଭବନ ସହ ଡାଏଲିସିସ ସମ୍ପର୍କରେ ଆଲୋଚନା ହୋଇଥିଲା । କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଲିଖିତ ଭାବେ ଅନୁଷ୍କାର ଅଭିଭାବକକଙ୍କ ପକ୍ଷରୁ ଶିଶୁଭବନକୁ ଦେବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଏହି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଟନ ଡାକ୍ତର ସ୍ୱାଧୀନ ରଥ ପରେ ସେମାନଙ୍କୁ ନେଇ ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ । କିଡ଼ନୀ ପ୍ରତ୍ୟାରୋପଣ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଗଞ୍ଜାମ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କଥାବାର୍ତ୍ତା ହୋଇଥିଲେ । କିଡ଼ନୀ ପ୍ରତ୍ୟାରୋପଣ ଲାଗି କଟକ ଶିଶୁଭବନରୁ ପରାମର୍ଶ ଚିଠି ଆସିଲେ, ଏହା କରାଯିବ ବୋଲି ସୁପରିଟେଣ୍ଟନ ଡାକ୍ତର ସ୍ୱାଧୀନ ରଥ କହିଛନ୍ତି । ସୂଚନାଯୋଗ୍ୟ ଯେ, କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ । ତାହା ଓଡ଼ିଶାରେ ହେବନି ସୁଦୁର ବାଙ୍ଗାଲୋରରେ ଚିକିତ୍ସା ହେବ । ମା ତାଙ୍କ ଝିଅକୁ କିଡ଼ନୀ ଦେବେ ବୋଲି ମନସ୍ଥ କରିଥିଲେ ତେବେ ଅର୍ଥ ବାଧକ ସାଜିଥିଲା । ଏସମ୍ପର୍କରେ ଖବରପାଇ ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ, ଶିଶୁ ଅନୁଷ୍କା ଜନ୍ମ ହେବାର ୯ ମାସରୁ ବ୍ରହ୍ମପୁର , ଭୁବନେଶ୍ୱର, କଟକ ଓ ଶ୍ରିକାକୁଲମ ହସ୍ପିଟାଲରେ ଚିକିତ୍ସା କରି ସର୍ବସାନ୍ତ ହୋଇଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା । ୨୦୨୫ ଜାନୁଆରୀ ଶେଷରେ କଟକ ଶିଶୁ ଭବନରେ ଏହି ରୋଗ ଚିହ୍ନଟ ହୋଇଥିଲା ।