oom

ଏନ୍‌ଏସ୍‌ଏସ୍‌ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଆନୁକୂଲ୍ୟରେ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତା.୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଶିବିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଚାଲିଛି । ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ୨୫ ଗୋଟି ମହାବିଦ୍ୟାଳୟର ୧୦୦ ଜଣ ସ୍ୱେଚ୍ଛାସେବୀ ଏବଂ ୧୦ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ଶିବିରରେ ଯୋଗ ଦେଇଛନ୍ତି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ଡଃ. ଉମା ବଲ୍ଲଭ ମହାପାତ୍ର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ସମାରୋହରେ ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରୋଗ୍ରାମ କୋର୍ଡିନେଟର ଡ. ପ୍ରିୟଙ୍କା ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପିଜିସି ଡ. ରାଜକିଶୋର ପାତ୍ର, ବିଘ୍ନେଶ ପ୍ରସାଦ ମିଶ୍ର, ଡ. ପ୍ରତାପ କୁମାର ଦାସ, ବିଶ୍ୱଜିତ ବେହେରା ଏବଂ ବଲାଙ୍ଗିର ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ. ଅଜିତ କୁମାର ବେହେରା ଏବଂ ସୋନପୁର ଜିଲ୍ଲାଧିକାରୀ ଡ. ମନୋରଂଜନ ଘଡେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଅଧିବେଶନକୁ ଦିପ୍ତୀମୟୀ ନାୟକ ପରିଚାଳନା କରିଥିଲେ । ଏହି ଶିବିରରେ ଦଶ ଗୋଟି ଶିକ୍ଷଣ କାର୍ଯ୍ୟକ୍ରମ, ଯୋଗ, ର‍୍ୟାଲି, ନାଟକ, ନାଚ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.