
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ପ୍ରାଣୀମିତ୍ରମାନଙ୍କ ୧୭ ଦିବାସୀୟ ଏ ହେଲ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ତାଲିମ ଶିବିରଟି ପ୍ରାଣୀ ସମ୍ପଦ ବିକାଶ ସମିତି ଓ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଛି । ଏହି ଶିବିରରେ ବେଳପଡା, ବଙ୍ଗୋମୁଣ୍ଡା ଓ ଖାପରଖୋଲ ବ୍ଲକରୁ ୨୩ ଜଣ ପ୍ରାଣୀମିତ୍ର ଯୋଗଦେଇଛନ୍ତି । ଏହି ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଅଞ୍ଜନ କୁମାର ଦାସ ମୁଖ୍ୟ ଅତିଥିଭାବେ ଉଦ୍ଘାଟନ କଟିଥିଲେ । ଏହି ଉତ୍ସବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ମୋହନ ମଣିଆ, ଜିଲ୍ଲା ଅତିରିକ୍ତ ପ୍ରଣିଚିକିତ୍ସା ଅଧିକାରୀ ଡ଼ଃ ଅନିରୁଦ୍ଧ ବିଶ୍ୱାଳ ସମ୍ମାନନ୍ନୀୟ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଉପନିର୍ଦେଶକ ଡ଼ଃ ଅରବିନ୍ଦ ସେଠୀ ସମସ୍ତ ଅଧିକାରୀଙ୍କ ମନକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହ ନିର୍ଦେଶକ ଡ଼ଃ ରାଜା ଉଦୟଭାନୁ ରାଉତ ପରିଚାଳନା କଟିଥିଲେ । ଏହି ୧୭ ଦିବାସୀୟ ଶିବିରର ସମସ୍ତ କାର୍ଯ୍ୟଭାର ଡ଼ଃ ଉଦୟଭାନୁ ନିଜେ ତଦାରଖ କରିବେ ଓ ପ୍ରାଣୀମିତ୍ରମାନଙ୍କୁ କ୍ଷେତ୍ର ପ୍ରଦଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ନିଆ ଯିବାର ବ୍ୟବସ୍ଥା ମଧ୍ୟ ଥିବାର ସୂଚନା ଡ଼ଃ ଅଞ୍ଜନ କୁମାର ଦାସ ଦେଇଥିଲେ । ସଭା କାର୍ଯ୍ୟ ର ପରିସମାପ୍ତି ପରେ ଅନୁଷ୍ଠାନର ପ୍ରଶିକ୍ଷକ ଡ଼ଃ ଚିନ୍ମୟ ଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ