
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କର ନୂତନ ଅପରାଧିକ ଆଇନ ଲାଗୁ ନିର୍ମିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶିବପ୍ରସାଦ ଯୋଶୀ । ସମ୍ମାନୀତ ଅତିଥି ଭାବରେ ମାରିଆନସ ମିଞ୍ଜ, (ଅତିରିକ୍ତ ଇନ୍ସପେକ୍ଟର ପଦ୍ମପୁର ପୋଲିସ ଷ୍ଟେସନ) ଭକ୍ତ ରଞ୍ଜନ ସାହୁ, (ସବ୍ ଇନ୍ସପେକ୍ଟର ), ଶାନ୍ତନୁ ତ୍ରିପାଠୀ (ଏଡଭୋକେଟ ) ପଦମପୁର ବାର କାଉନସିଲରେ ଯୋଗଦାନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭିଳାଷ ସାହୁ ମଞ୍ଚାସିନ ଥିଲେ । ସଭାପତି ଶ୍ରୀ ଯୋଶୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ, ପ୍ରଧାନଶିକ୍ଷକ ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଉପରେ ତଥା ସ୍କୁଲସ୍ତରରେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସମସ୍ତ ଅତିଥିମାନେ ବିଶଦ ଭାବରେ ଆଲୋଚନା କରିଥିଲେ । ସବ ଇନ୍ସପେକ୍ଟର ଶ୍ରୀ ସାହୁ ସାଇବର ଅପରାଧ ସମ୍ୱନ୍ଧରେ ଆଲୋଚନା କରିଥିଲେ । ପରିଶେଷରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।