
ବାରିପଦା, (ଦେବସ୍ମିତ ଚୌଧୁରୀ) : ଗତକାଲି ତା ୨୦-୦୩-୨୦୨୫ରିଖ କୁଆପଥରଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି । ଏତଦ ବ୍ୟତୀତ ଏହି କୁଆ ପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନା ଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇ କ୍ଷତିଗ୍ରସ୍ତ ଲୋକମାନଙ୍କୁ ରଖାଯାଇଛି ଏବଂ ଘରଭାଙ୍ଗି ଯାଇଥିବା ଲୋକମାନଙ୍କୁ ୧୨୭ ଟି ପଲିଥିନ ରୋଲ ଯୋଗାଇ ଦିଆଯାଇଛି । ଏଥି ସହିତ ଲୋକ ମାନଙ୍କ ଆଶୁ ଚିକିତ୍ସା ସେବା ପାଇଁ ୫ଟି ମେଡିକାଲ ଟିମ ନିୟୋଜିତ କରାଯାଇଛି । କ୍ଷେତ୍ର ଅଧିକାରୀ ମାନଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରହିଛି । ପୂର୍ଣ୍ଣାଙ୍ଗ ଆକଳନ ପରେ ସରକାରଙ୍କ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।