oom

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣକୁ ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୫ ଉପଲକ୍ଷେ ମେଳଣ ସମ୍ପର୍କିତ ସମୀକ୍ଷା ବୈଠକ ପୁରୀ ଜିଲ୍ଲା, ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନରେ ହରିରାଜପୁର ଫାଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପତି ଓ ଦେବିଶଙ୍କର ପ୍ରତାପ, ଏସଡିପିଓ ଦେବାଶିଷ ମିଶ୍ର, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମହାରଣା, ଥାନାଧିକାରୀ ଶ୍ୟାମଘନ ବାରିକ, ମେଳଣ ପରିଚାଳନା କମିଟି ସମ୍ପାଦକ ପ୍ରସନ୍ନ ମହାରଥୀ, ସମାଜସେବୀ ତଥା ନାରୀନେତ୍ରୀ ନିରୁପମା ପାତ୍ର ,ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଠାକୁରଙ୍କ ଜମାଣ ରାତ୍ର ଉତ୍ସବ ତା -୧୯/୦୩/୨୫ ବୁଧବାର ଅନୁଷ୍ଠିତ ହୋଇ ତା -୨୩/୦୩/୨୫ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ, ରବିବାର ସନ୍ଧ୍ୟାରେ ସମ୍ପନ୍ନ ହେବ । ଚଳିତ ବର୍ଷ ଠାକୁରଙ୍କ ଜମାଣ ଉତ୍ସବକୁ ଅଧିକ ଆକର୍ଷଣୀୟ, ସରସ ସୁନ୍ଦର ଓ ଚିତ୍ତାକର୍ଷକ ହେବା ନେଇ ନଦିଆ ସଂକୀର୍ତନ, ପାଇକ ଆଖଡ଼ା, ଘଣ୍ଟ ବାଦ୍ୟ, ବାଦ୍ୟ ବିଚିତ୍ରା ଦଳ, ଭେରୀ ତୁରୀ ଧ୍ୱନି ଦଳ, ଅଗ୍ନି ପିଣ୍ଡୁଳା ପ୍ରଦର୍ଶନ, ଶତାଧିକ ଛୋଟ ପିଲାଙ୍କ ଦ୍ୱାରା ଆଳତୀ କାର୍ଯ୍ୟକ୍ରମ, ଦୁଇ ହଜାରରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳିଙ୍କ ବାରା ବିରାଟ ହରି ହାଟ କାର୍ଯ୍ୟକ୍ରମ ଏବଂ ସାଧୂସନ୍ଥଙ୍କ ଦ୍ୱାରା ପଞ୍ଚଦିବସୀୟ ଯଂଜ୍ଞ ଆୟୋଜନ କରାଯିବ । ପ୍ରତି ବର୍ଷ ଏହି ମେଳଣ ଉତ୍ସବରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ସମାଗମ ହେଇଥିବାରୁ ଟ୍ରାଫିକ ସମସ୍ୟା , ପାନୀୟ ଜଳ ସମସ୍ୟା ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ଓ ଶାନ୍ତି ଶୃଙ୍ଖଳା ରକ୍ଷା କୁ ନେଇ ମେଳଣ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା /ବ୍ଲକ ପ୍ରଶାସନକୁ ନିବେଦନ କରାଯାଇଥିଲା । ସମସ୍ତ ଅଧିକାରୀ ମେଳଣ ପଡିଆ ପରିଦର୍ଶନ କରିବା ସହିତ ସବୁ ବିଷୟ ପ୍ରତି ଅନୁଧ୍ୟାନ କରି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.