
ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଆଜି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦ୍ଵିତୀୟ ପର୍ଯ୍ୟାୟ ବିତର୍କ ହେବ । ସେଥିପାଇଁ ଉଭୟ ପକ୍ଷର ଓକିଲ ପହଞ୍ଚିବା ସହ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର କୋର୍ଟରେ ହାଜର ହୋଇଛି । ଅପରପକ୍ଷରେ ମୃତ ସୌମ୍ୟଶେଖରଙ୍କ ବାପା ତଥା ଅଭିଯୋଗକାରୀ ରବିନ୍ଦ୍ର ସାହୁଙ୍କୁ ମଧ୍ୟ କୋର୍ଟ ପରିସର ଦେଖିବାକୁ ମିଳିଛି । ତେବେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧାରିତ ସମୟ ମଧ୍ୟରେ ମାମଲାର ଶୁଣାଣୀ ସାରିବାକୁ ନିର୍ଦ୍ଦେଶ ଥିବାରୁ ଶୁଣାଣୀ ପ୍ରକ୍ରିୟା ତ୍ୱରାତ ହୋଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷ ଦାଖଲ କରି ସାରିଛି । ସୂଚନା ଅନୁସାରେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା ।