ommm
jittmm

ବିନୋଦ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅର୍ନ୍ତଗତ ବଡ଼କୁଞ୍ଜାରି ଗ୍ରାମର ବିନୋଦ ପଟେଲ ବୟସ (୫୮ବର୍ଷ ) ଗତ ବୁଧବାର ଦିନ ହଠାତ୍ ଅସୁସ୍ଥ ହେବାରୁ ତାଙ୍କ ପରିଜନ ଛତିଶଗଡ ସ୍ଥିତ ରାୟପୁର ଜିଲ୍ଲାର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବା ସମୟରେ ଅଧା ବାଟରେ ବୁଧବାର ଦିନ ରାତି ପ୍ରାୟ ୧୧ଟାରେ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ଅନ୍ତିମ ସଂସ୍କାର ବାସସ୍ଥାନ ବଡ଼କୁଜ୍ଞାରୀରେ ସଂପୂର୍ଣ୍ଣ ହୋଇଛି । ତାଙ୍କ ବଡ଼ ପୁଅ ପୃଥ୍ୱୀରାଜ ପଟେଲ ମୁଖାଗ୍ନୀ ପ୍ରଦାନ କରିଥିଲେ । ପରିବାରରେ ତାଙ୍କ ବିଧବା ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୂ, ନାତୀ ନାତୁଣୀ ଓ ମାଆ ଅଛନ୍ତି । ସେ ଜଣେ ସରଳ ସ୍ୱଭାବୀ ଜନ ପ୍ରିୟ ବ୍ୟକ୍ତି ଥିଲେ । ସ୍ୱର୍ଗତ ପଟେଲଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.