centurian jitm

ଚନ୍ଦ୍ରଭାଗାରେ ବୁଡ଼ିଗଲେ ପର୍ଯ୍ୟଟକ : ଗୁରୁତର ଅବସ୍ଥାରେ ଉଦ୍ଧାର

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ । ଉଚ୍ଚ ଜୁଆର କୂଳକୁ ମାଡି ଆସିବାରୁ ଜଣେ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ଯାଇଥିଲେ । ଲାଇଫଗାର୍ଡ ରାମବାବୁ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ସୂଚନାନୁଯାୟୀ, ଆଜି କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଅଶାନ୍ତ ରହିଥିଲା । ଉଚ୍ଚ ଜୁଆର ଯୋଗୁଁ କୂଳକୁ ସମୁଦ୍ର ଢେଉ ମାଡ଼ି ଆସିଥିଲା । ଏହି ସମୟରେ ଜଣେ ପର୍ଯ୍ୟଟକ ଭାସି ଯାଇଥିଲେ । ଲାଇଫଗାର୍ଡ ରାମବାବୁ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କୋଣାର୍କ ଚମ୍ପହାର ଅଗ୍ନିଶମ ବାହିନୀ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଖବର ଲେଖାଯିବା ସୁଦ୍ଧା ପର୍ଯ୍ୟଟକଙ୍କ ପରିଚୟ ମିଳିପାରି ନାହିଁ । ଅପର ପକ୍ଷରେ ବେଳାଭୂମିରେ ପର୍ଯ୍ୟଟକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଧୋଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.