
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିି ଯାଇଥିବା ପରିଲକ୍ଷିତ ହୋଇଛି । ଯାହାକି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିଶେଷ କରି କୋଉଠି ନା କୋଉଠି ବିଶୃଙ୍ଖଳା ସୃଷ୍ଟି ହେବା, ରାହାଜାନୀ, ହଣାମରା, ଗୁଣ୍ଡାଗିରି ଚାଲୁଥିବା କେତେକ ଅସାମାଜିକ ବ୍ୟକ୍ତିମାନେ ରାଜ ଚଳାଇଥିବା ଏଵଂ ସକ୍ରୀୟ ହୋଇଥିବା ଖବର ଆସୁଛି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସହରାଞ୍ଚଳର ଲାଞ୍ଜିପଲ୍ଲୀ କୃଷ୍ଣ ନଗର ଦ୍ୱିତୀୟ ଲାଇନରେ ଗତକାଲି ରାତିରେ କିଛି ଅସାମାଜିକ ଯୁବକ ଘର ବାହାରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ତେବେ କାହିଁକି ଭଙ୍ଗାରୁଜ୍ଜା କରିଛନ୍ତି ତାହାର କାରଣ କିଛି ଜଣାପଡିନାହିଁ । ଭଙ୍ଗାରୁଜ୍ଜା କରିଥିବା ଅସାମାଜିକ ଯୁବକମାନେ ହିଲପାଟଣା ଅଞ୍ଚଳର ବୋଲି ଶୁଣିବାକୁ ମିଳୁଛି । ସମ୍ପୃକ୍ତ ଥାନା ଅଞ୍ଚଳର କର୍ତ୍ତୃପକ୍ଷ ଏଦିଗରେ ବିଶେଷ ଧ୍ୟାନ ଦେବା ସାଂଗକୁ ସଂପୃକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।