
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ବୈଦିପାଲି ପଂଚାୟତ ଗ୍ରାମ ପ୍ରତାପରୁଦ୍ର ପୁର ରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ଦିନ ଧରି ୧୭ ଓ ୧୮ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ପ୍ରଥମ ଦିନରେ କଳସ ଯାତ୍ରା ଓ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଦିନ ମହାଆଳତି, ବିଷ୍ଣୁ ସହସ୍ରନାମ, ଚଣ୍ଡିପାଠ ଓ ସୁନ୍ଦର କାଣ୍ଡ ଅନୁଷ୍ଠିତ ହୋଇଥିଲା । ମାଉସି ମାଁ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ମୁଖ୍ୟ ପୂଜକ ଛନ୍ଦାଚରଣ ମିଶ୍ର, ପୂଜକ ସୁଲଭ ଦାଶ, ପୂଜକ ଶାନ୍ତମଣି ମିଶ୍ର ପୂଜା ଦାୟିତ୍ୱ ତୁଳାଇଥିଲେ । ଗାୟକ ଶାନ୍ତନୁ କୁମାର ତ୍ରିପାଠି ସୁନ୍ଦରାକାଣ୍ଡ ପାଠ କରିଥିଲେ । ପୂଜା କର୍ତ୍ତା ରୂପେ ନୀଳମଣି ରଥ ଓ ତାଙ୍କ ସହ ଧର୍ମିଣୀ ନିଳାନ୍ଦ୍ରୀ ରଥ ପୂଜା ଦାୟିତ୍ୱ ତୁଳାଇଥିଲେ । ଏହି ମାଉସି ମାଁ ମନ୍ଦିରଟି ଗ୍ରାମର ଆଖପାଖ ଭକ୍ତମାନଙ୍କର ସୁଅ ଛୁଟିଥିଲା । ନୀଳମଣୀ ରଥଙ୍କ ପିତା ସ୍ୱର୍ଗତ ମହାଦେବ ରଥଙ୍କ ଉଦ୍ଦେଶ୍ୟରେ ନିଜ ଅର୍ଥରେ ଏହି ମନ୍ଦିର ନିର୍ମାଣ କରିଛନ୍ତି ।